
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ୫ ତାରିଖ ଆଗରୁ ଘୋଷଣା ହେବ ରାଜ୍ୟସଭା ପ୍ରାର୍ଥୀ ବୋଲି ସୂଚନା ଦେଇଛନ୍ତି
ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, କେନ୍ଦ୍ରୀୟ ପାର୍ଲିଆମେଣ୍ଟ ବୋର୍ଡ
ଖୁବଶୀଘ୍ର ନେବ ନିଷ୍ପତି । କୋର୍ କମିଟି ବୈଠକ ପରେ ନାଁ ଗୁଡ଼ିକ ପାର୍ଲିଆମେଣ୍ଟ ବୋର୍ଡ ନିକଟକୁ
ପଠାଯାଇଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା