ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ, ୨୬ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ମାସରେ ଅନୁଷ୍ଠିତ ହେବ। ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଏହା ଆତ୍ମନିର୍ଭରର ସୁଯୋଗ ଦେବ। ଏହି ନିଯୁକ୍ତି ମେଳାରେ ବିଭିନ୍ନ ନିଯୁକ୍ତିଦାତା କମ୍ପାନୀ ଓ ଉଦ୍ୟୋଗୀ ମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି
ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ପୁରୀ, ୨୬ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ମାସରେ ଅନୁଷ୍ଠିତ ହେବ। ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଏହା ଆତ୍ମନିର୍ଭରର ସୁଯୋଗ ଦେବ। ଏହି ନିଯୁକ୍ତି ମେଳାରେ ବିଭିନ୍ନ ନିଯୁକ୍ତିଦାତା କମ୍ପାନୀ ଓ ଉଦ୍ୟୋଗୀ ମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତି ମେଳା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଓ ସେମାନଙ୍କ ପରିବାର ପାଇଁ ଉତ୍କଣ୍ଠା ରଖୁଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିକାରୀ ଧର୍ମାନନ୍ଦ ବେହେରା ଉପସ୍ଥିତ ଥିଲେ। ଏହି ନିଯୁକ୍ତି ମେଳା ପୁରୀ ସରକାରୀ ଆଇଟିଆଇ କ୍ୟାମ୍ପସରେ ଅପ୍ରେଲ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ବସ୍ତି ସୂଚନା ଦେଇଛନ୍ତି। ମାଟ୍ରିକ ଠାରୁ ତଦୁର୍ଦ୍ଧ ଓ ଆଇଟିଆଇ ପିଲା ମାନେ ଏଥିରେ ନାମ ପଞ୍ଜିକରଣ କରି ଅଂଶଗ୍ରହଣ କରିପାରିବେ।ବିଭିନ୍ନ ସଂସ୍ଥା ସେମାନଙ୍କୁ ନିଯୁକ୍ତି ଦେଇପାରିବେ ବା ପିଲାଙ୍କ ଆଗ୍ରହ ଅନୁସାରେ କମ୍ ଅବଧିର ତାଲିମ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିପାରିବେ। ନିଯୁକ୍ତି ମେଳାରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୂଚନା ପ୍ରଦାନ ଓ ପ୍ରଚାର ପ୍ରସାର ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ସ୍ବଛତା ଓ ପରିମଳ ବ୍ୟବସ୍ଥା, ସ୍ବେଚ୍ଛାସେବୀ ନିୟୋଜନ ବ୍ୟବସ୍ଥା, ବ୍ଲକ ସ୍ତରରେ ପଞ୍ଜିକରଣ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗ ମାନେ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହି ଆଭାସୀ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande