
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)- ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି
ଯେ, ଘରେ ଘରେ ସୁପରିଚିତ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଘୋଡ଼ାନାଚ କଳାକାର ଉତ୍ସବ ଚରଣ
ଦାସଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରଲୋକ ଲୋକକଳା ଜଗତ ପାଇଁ ଏକ
ଅପୂରଣୀୟ କ୍ଷତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ
ପ୍ରାର୍ଥନା କରୁଛି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ଶୁଭେଚ୍ଛୁମାନଙ୍କୁ
ସମବେଦନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା