
ଧର୍ମଶାଳା,୨୬ଫେବ୍ରୃଆରୀ(ହି.ସ.) - ରସୁଲପୁର ବ୍ଲକ ରାଉତରାପୁର ପଂଚାୟତସ୍ଥ ରତପୁର ଏକ ଦୋକଳନ ନିକଟରୁ ଜଣେ ଶିଶୁପୁତ୍ର ବେକରୁ ୨ ଜଣ ଯୁବକ ଲକେଟ କାଟି ନେବା ଅଭିଯୋଗରେ ୨ ଜଣ ଯୁବ ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । କୋରାଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ଗ୍ରାମର କୈଳାସ ଦାସଙ୍କ ପୁଅ କାହା୍ନ(୨୧) ଓ ବାବୁଲା ଦାସଙ୍କ ପୁଅ ନରେଶ(୩୬) ବୋଲି ଜଣାପଡିଛି । ଦୁହେଁ ଭିକ୍ଷାବୃତି ଆଳରେ ଆସି ଲୁଟ କରୁଥିଲେ । ସେମାନଙ୍କ ନିକଟରୁ ସୁନା ଲକେଟ, ବ୍ୟବହୃତ ଏକ ସାଇକେଲ ଓ ଲେଜର ବ୍ଲେଡ୍ ଜବତ କରାଯାଇଥିବା ନେଇ ବ୍ରହ୍ମବରଦା ଥାନା ଏଏସ୍ଆଇ ଅତ୍ୟୁତାନନ୍ଦ ଦାସ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ,ବ୍ରହ୍ମବରଦା ଥାନା ରାଉତରାପୁର ପଂଚାୟତସ୍ଥ ରତପୁର ନିକଟରେ ଥିବା ଏକ ଦୋକନକୁ ଜେଜ ନାତି ଦୁହେଁ ପଂହଚି ଥିଲେ । ସେଠାରେ ଜେଜ କୃଷ୍ଣ ବରାଳ ଜିନିଷ କିଣିବା ସମୟରେ ନିକଟରେ ନାତି ଛିଡା ହୋଇଥିବା ବେଳେ ୨ ଯୁବକ ସାଇକେଲରେ ଆସି ପଂହଚି ଥିଲେ । ସେମାନେ କୌଶଳକ୍ରମେ ଏକ ଲେଜର ବ୍ଲେଡରେ ସୁନା ଲକେଟ କାଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଦୁହେଁ ତରବରିଆଭାବେ ରାସ୍ତାରେ ଯିବା ସମୟରେ ରାସ୍ତା କଡରେ ଛିଡା ହୋଇଥିବା ଜଣେ ନାବାଳିକା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏନେଇ ଗ୍ରାମବାସୀ ବ୍ରହ୍ମବରଦା ପୁଲିସକୁ ଖବର ଦେଇଥିଲେ । ତେବେ ପୁଲିସ ଘଟଣାସ୍ଥଳରେ ପଂହଚିବା ପୂର୍ବରୁ ଦୁଇ ଯୁବ ଲୁଟେରାଙ୍କୁ କାବୁ କରି ପୁଲିସକୁ ଜିମା ଦେଇଥିଲେ । ଏନେଇ ବ୍ରହ୍ମବରଦା ଥାନାରେ କୃଷ୍ଣ ଅଭିଯୋଗ କରିଥିଲେ । ତେବେ ଦୁହିଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ