
ମାଲକାନଗିରି, ୨୭ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ରେ କଂଗ୍ରେସର ନୂତନ ବ୍ଲକ ସଭାପତି ମନୋନୀତ ହୋଇଛନ୍ତି । କାଲିମେଳା ବ୍ଳକ ନୂତନ ସଭାପତି ଭାବେ ଅଶୋକ ମିସ୍ତ୍ରୀଙ୍କୁ ମନୋନୀତ କରାଯାଇଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କର୍ମୀ କହିଛନ୍ତି ।
କାଲିମେଳା ବ୍ଳକରେ ସଙ୍ଗଠନକୁ ବେଶ ସୃଦୃଢ଼ କରିବାରେ ସଫଳ ହୋଇଥିବା ବେଳେ ଜିଲ୍ଲା କଂଗ୍ରେସରେ ନିଜର ଛାପ ଛାଡିବାରେ ସକ୍ଷମ ହୋଇଥିଲେ ଅଶୋକ । ବ୍ଲକ କଂଗ୍ରେସ ସଂଗଠନ ମହଲରେ ଅଶୋକଙ୍କ ନିଯୁକ୍ତିକୁ ନେଇ ଖୁସିର ଲହରୀ ଖେଳିଯାଇଥିବା ବେଳେ ତାଙ୍କୁ ଏହି ଗୁରଦାୟିତ୍ୱ ମିଳିଥିବାରୁ ଜାତୀୟ କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ