ନବରଙ୍ଗପୁରରେ ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ, ଜିଲ୍ଲା ଯୋଜନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରର ନେତୃତ
fst


ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ, ଜିଲ୍ଲା ଯୋଜନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରର ନେତୃତ୍ୱ ଓ ଜିଲ୍ଲା ପ୍ରଭାରୀ ଏବଂ ବିଧାୟକଙ୍କ ଉପସ୍ଥିତିରେ ବୈଠକ ଆଗକୁ ବଢିଥିଲା। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। କାର୍ଯ୍ୟକର୍ତାଙ୍କୁ ନିର୍ମାଣ କରିବା ଶିବିରର ମୂଳ ଲକ୍ଷ୍ୟ ହେବ। ଯେଉଁ ମାନେ ଭାରତୀୟ ଜନତା ପାର୍ଟିର ସାରଥୀ ସାଜି ସରକାରଙ୍କ ଯୋଜନା ଲୋକ ମାନଙ୍କ ପାଖରେ ପହଂଚାଇବେ, ସମସ୍ତ ଯୋଜନା ସମ୍ପର୍କରେ ଅବଗତ ହୋଇ ସମ୍ପର୍କ ବୃଦ୍ଧି ସହ ଦଳକୁ ମଜବୁତ୍ କରିବେ।

ଅୟୋଜନ ହେବାକୁ ଯାଉଥିବା ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ନୀତି ନିୟମ ସମ୍ପର୍କରେ ସମସ୍ତଙ୍କୁ ବତାଇ ଦିଆଯାଇଛି। ସମୟ, ବିଷୟ ଓ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଛି। ଭାରତୀୟ ଜନତା ପାର୍ଟିର ମନ୍ତ୍ର ରାଷ୍ଟ୍ର ପ୍ରଥମ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande