
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସଂଗଠନକୁ ସୁଦୃଢ଼ ପାଇଁ ଫଳପ୍ରଦ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନଜୀଙ୍କ ସହିତ ସାକ୍ଷାତ୍ କରି ଓଡ଼ିଶାରେ ସଂଗଠନାତ୍ମକ ସମନ୍ୱୟକୁ ଶକ୍ତିଶାଳୀ କରିବା ସହିତ ଉନ୍ନୟନମୂଳକ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ବିଷୟରେ ଫଳପ୍ରଦ ଆଲୋଚନା ହେଲା।
ସୁଶାସନ, ସମାବେଶୀ ଉନ୍ନତି ଏବଂ ଆମ ରାଜ୍ୟର ଲୋକମାନଙ୍କ କଳ୍ୟାଣ ପ୍ରତି ଆମ ସାମୁହିକ ପ୍ରତିବଦ୍ଧତାକୁ ଦୋହରାଇଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା