ଦାଦନ ଶ୍ରମିକର ମୃତଦେହ ତାଙ୍କ ଘର ଆଗରେ ଛାଡି ଚାଲିଗଲା ଗାଡି
ମାଲକାନଗିରି, ୨୭ ଫେବୃଆରୀ (ହି.ସ.)- ଆଜି କାଲିମେଳା ପଞ୍ଚାୟତ ଅମ୍ବାଗୁଡା ଗ୍ରାମର ଜଣେ ଆଦିବାସୀ ଦାଦନ ଶ୍ରମିକର ମୃତଦେହ ତାଙ୍କ ଘର ଆଗରୁ ମିଳିଛି | ପ୍ରକାଶ ଥାଉକି, ପଦିଆ ମାଡି କିଛିଦିନ ତଳେ ଆନ୍ଧ୍ରର ଏକ ବୋରୱେଲ ଗାଡିରେ କାମ କରିବା ଲାଗି ଯାଇଥିଲା, କିନ୍ତୁ ଆଜି ସକାଳୁ ତା''ର ମୃତଦେହକୁ ଏକ ଗ
ଦାଦନ ଶ୍ରମିକର ମୃତଦେହ ତାଙ୍କ ଘର ଆଗରେ ଛାଡି ଚାଲିଗଲା ଗାଡି


ମାଲକାନଗିରି, ୨୭ ଫେବୃଆରୀ (ହି.ସ.)-

ଆଜି କାଲିମେଳା ପଞ୍ଚାୟତ ଅମ୍ବାଗୁଡା ଗ୍ରାମର ଜଣେ ଆଦିବାସୀ ଦାଦନ ଶ୍ରମିକର ମୃତଦେହ ତାଙ୍କ ଘର ଆଗରୁ ମିଳିଛି |

ପ୍ରକାଶ ଥାଉକି, ପଦିଆ ମାଡି କିଛିଦିନ ତଳେ ଆନ୍ଧ୍ରର ଏକ ବୋରୱେଲ ଗାଡିରେ କାମ କରିବା ଲାଗି ଯାଇଥିଲା, କିନ୍ତୁ ଆଜି ସକାଳୁ ତା'ର ମୃତଦେହକୁ ଏକ ଗାଡିରେ ଆଣି ତା'ର ଘର ଆଗରେ ଫୋପାଡି ଦେଇ ହଠାତ ଚାଲି ଯାଇଥିଲା ବୋଲି ଘର ଲୋକ ପ୍ରକାଶ କରିଛନ୍ତି | ତା'ସହ ତାଙ୍କ ଗ୍ରାମର ଆଉ ୨ ଜଣ କାମ କରିବା ପାଇଁ ଯାଇଥିଲେ, ତାଙ୍କ କହିବା ଅନୁଯାଇ କୌଣସି କାରଣରୁ ସେ ଗାଡ଼ିରୁ ହଠାତ ପଡିଯିବାରୁ କିଛି ଲୁହା ରଡ ତା'ର ଦେହରେ ଗଳିଯାଇଥିଲା, ତେଣୁ ତାର ମୃତ୍ୟୁ ହୋଇଥିଲା | ଘର ଲୋକେ ଯେଉଁ ଠିକାଦାର ପାଖରେ ରହି ପଦିଆ କାମ କରୁଥିଲା ତାକୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଉ ନାହିଁ | କାଲିମେଳା ପୋଲିସ ଅମ୍ବାଗୁଡାରେ ପହଂଚି ଛାନଭିନ ଆରମ୍ଭ କରିଛି | ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି କାଲିମେଳା ପୋଲିସ ପ୍ରକାଶ କରିଛି |

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande