ଜିଲ୍ଲା ସାରା ବୁଲିବ ବାଲ୍ୟ ବିବାହ ମୁକ୍ତ ରଥ
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଦୁଇଗୋଟି ବାଲ୍ୟ ବିବାହ ମୁକ୍ତ ରଥକୁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଅଗ୍ରଣୀ ସମାଜସେବୀ ସଂଗଠନ ଉତ୍କଳ ସେବକ ସମାଜ ଦ୍ୱା
ଜିଲ୍ଲା ସାରା ବୁଲିବ ବାଲ୍ୟ ବିବାହ ମୁକ୍ତ ରଥ


କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଦୁଇଗୋଟି ବାଲ୍ୟ ବିବାହ ମୁକ୍ତ ରଥକୁ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଅଗ୍ରଣୀ ସମାଜସେବୀ ସଂଗଠନ ଉତ୍କଳ ସେବକ ସମାଜ ଦ୍ୱାରା ଏହି ରଥଟି ଜିଲ୍ଲାର ୮ଗୋଟି ବ୍ଲକର ସମସ୍ତ ପଂଚାୟତ ବୁଲି ଜନସାଧାରଣଙ୍କୁ ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା କରାଇବ ।

ଉତ୍କଳ ସମାଜର ସମ୍ପାଦକ ଡକ୍ଟର ଅମୀୟ ଭୂଷଣ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ଶ୍ରମ ଅଧିକାରୀ ଏ.ପି ମହା ମାନସିଂହ ପ୍ରମୁଖ ଉପସ୍ଥିତ ରହି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ରଥ ଜନସାଧାରଣଙ୍କୁ ସଚେତନ କରିବ । ସେହିପରି ମହାକାଳପଡା ବ୍ଲକ ପାଇଁ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ଏକ ସ୍ୱତନ୍ତ୍ର ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଉଦ୍ଘାଟନ କରିଛନ୍ତି । ଏହି ରଥଟି ମହାକାଳପଡା ବ୍ଲକର ପ୍ରତ୍ୟେକ ପଂଚାୟତ ଓ ଗ୍ରାମ ଗୁଡିକ ବୁଲି ବାଲ୍ୟ ବିବାହ ବନ୍ଦ ପାଇଁ ଜନସାଧାରଣଙ୍କୁ ସଚେତନ କରିବ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ଆଶିଷ ରଞ୍ଜନ ସାହୁ, ରଜନୀକାନ୍ତ ନାୟକ, ରବିନ୍ଦ୍ର ରାଉତ, ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ଶେଷରେ ଉତ୍କଳ ସେବକ ସମାଜର ନିର୍ଦ୍ଦେଶକ ଇଂଜିନିୟର ଅନ୍ୱୟ ଅଭିନବ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande