ଦେପୁର ହାଇସ୍କୁଲରେ ବୃକ୍ଷରୋପଣ ଓ ସରସ୍ଵତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଓସ୍ତପୁର ପଞ୍ଚାୟତ ଦେପୁର ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାଗଦେବୀ ମା ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବି.ଡି.ଓ. ଅଭିଷେକ ସ୍ୱାଇଁ ମୁଖ୍
ଦେପୁର ହାଇସ୍କୁଲରେ ବୃକ୍ଷରୋପଣ ଓ ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ


କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଓସ୍ତପୁର ପଞ୍ଚାୟତ ଦେପୁର ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାଗଦେବୀ ମା ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବି.ଡି.ଓ. ଅଭିଷେକ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଓସ୍ତପୁର ସରପଞ୍ଚ ପ୍ରଶନ୍ନ ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରାପଡା ଓଷ୍ଟାର ସଭାପତି ଅଶୋକ କୁମାର ପରିଡା, ସଂପାଦକ ଭଗବାନ ସାହୁ, ରାଜ୍ୟ ସଂପାଦକ ପ୍ରଣବ କୁମାର ଜେନା, କେନ୍ଦ୍ରାପଡା ବ୍ଲକ ଓଷ୍ଟାର ସଭାପତି ତପନ କୁମାର ଦାସ, ସଂପାଦକ ନାରାୟଣ ପଣ୍ଡା, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଡଃ. ଉପେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ମହେଶ୍ୱର ସାହୁଙ୍କ ତତ୍ୱାବଧାନରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ହତାରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ କୁମାର ନାୟକ ମା’ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କର୍ତା ରୂପେ କାର୍ଯ୍ୟ ସଂପାଦନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ନାୟକ ଓ ଶିକ୍ଷକ ସନ୍ତୋଷ ଜେନା, ମଧୁସ୍ମିତା ଲେଙ୍କା, ମାନସ କୁମାର ତରାଇ, ଲକ୍ଷ୍ମୀ ନାୟକ, ସୁଜାତା ସାହୁ, ସବିତା ରାଉତରାୟ, ଆରତି ଖୁଣ୍ଟି ଆ, ସାବିତ୍ରୀ ସାହୁ, କଳ୍ପନା ବେହେରା, ଦିବ୍ୟଜ୍ୟୋତ ଦାସ, ରାଇସନ ମାରାଣ୍ଡି, ଦୀପା ରାଉତରାୟ ଓ ବିଦ୍ୟାଳୟର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande