ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜିଲାସ୍ତରିୟ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା
ଜୟପୁର, ୨୭ ଫେବୃଆରୀ (ହି.ସ.)- ଜିଲା ସ୍ତରିୟ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା ଜୟପୁର ସ୍ଥିତ ସ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ଆଜି ଅନୁଷ୍ଠିତ ହୋଇଛି । ଏହି ଜିଲା ସ୍ତରିୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭାବେ ଯୋଗଦେ
ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜିଲା ସ୍ତରିୟ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା


ଜୟପୁର, ୨୭ ଫେବୃଆରୀ (ହି.ସ.)- ଜିଲା ସ୍ତରିୟ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା ଜୟପୁର ସ୍ଥିତ ସ୍ପୋର୍ଟସ କମ୍ପେ୍ଲକ୍ସ ଠାରେ ଆଜି ଅନୁଷ୍ଠିତ ହୋଇଛି । ଏହି ଜିଲା ସ୍ତରିୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଆଇଟିଡିଏର ପିଏ ତୃପ୍ତି ବରାଇ , ବିଡିଓ ଶକ୍ତି ମହାପାତ୍ର, ଜିଲା ସାମଜିକ ସୁରକ୍ଷା ଅଧିକାରି ତରୁଣ ତପନ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିରେ ଜିଲା ସ୍ତରିୟ ୨୦ଟି ପ୍ରକାର ଖେଳ ପ୍ରତିଯୋଗିତା କରାଯାଇଛି । ଏଠାରେ ଆଂଶିକ ଦୃଷ୍ଟିହିନ, କନିଷ୍ଠ, ବରିଷ୍ଠ ବିଭାଗ କରାଯାଇଛି । ଏଥିରେ କନିଷ୍ଠ ହିସାବରେ ୧ରୁ ୧୬ ବର୍ଷ ଏବଂ ବରିଷ୍ଠ ନିମନ୍ତେ ୧୭ ବର୍ଷ କିମ୍ବା ତଦ୍ଦୁର୍ଦ୍ଧ୍ୱ ବୟସ ରହିଛି । ଦୌଡ, ସାଇକେଲିଙ୍ଗ, ନାଚ, ଚିତ୍ର କଳା, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଗୀତ ଭଳି ପ୍ରାୟ ୨୦ଟି ପ୍ରକାର ପ୍ରତିଯୋଗିତା ଆୟୋଜନ ହୋଇଛି । କୋରାପୁଟ ଜିଲାର ୧୪ଟି ବ୍ଲକ ୪ଟି ପୌରାଂଚଳର ୨୬୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଜିଲା ସ୍ତରିୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande