ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ।ଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ ୨୫ ଫେବୃଆରୀ ୨୦୨୬ ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫–୨୬ ସଫଳତ
ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ


କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟ।ଳୟ ଓ ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସରେ ୨୫ ଫେବୃଆରୀ ୨୦୨୬ ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୫–୨୬ ସଫଳତାର ସହ ଆୟୋଜିତ ହୋଇଥିଲା। ମହାକାଳପଡ଼ାର ବିଧାୟକ ଡ଼ା. ଦୁର୍ଗା ପ୍ରସନ୍ନ ନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ବ୍ଲକ୍ ଅଧ୍ୟକ୍ଷା ମିରାରାଣୀ ମହାନ୍ତି, ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ (ଭାରପ୍ରାପ୍ତ) ଇନ୍ଦିରା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଯୁକ୍ତି ମେଳାରେ ମୋଟ ୧,୧୬୮ ଜଣ ପ୍ରାର୍ଥୀ (ପୁରୁଷ–୬୪୨, ମହିଳା–୫୨୬) ନୂତନ କାଉଣ୍ଟରରେ ନିବନ୍ଧନ କରିଥିଲେ। ୩୭ଟି ସିଧାସଳଖ ନିଯୁକ୍ତିଦାତା ସଂସ୍ଥା ଏହି ମେଳାରେ ଅଂଶଗ୍ରହଣ କରିଥିଲେ। ମୋଟ ୬୮୮ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିଦାତାଙ୍କ ସହ ଯୋଡ଼ାଯାଇଥିବାବେଳେ ୩୫୪ ଜଣଙ୍କୁ ସ୍ୱଳ୍ପମିଆଦି ପ୍ରଶିକ୍ଷଣ ପାଇଁ ଟ୍ୟାଗ୍ କରାଯାଇଥିଲା। ନାନୋ ୟୁନିକର୍ନ ଯୋଜନା ଅନ୍ତର୍ଗତ ୧୪ ଜଣ ଲାଭାନ୍ବିତଙ୍କୁ ମୋଟ ରୁ. ୧୪,୦୦,୦୦୦/- ର ସିଡ୍ ଫଣ୍ଡ ପ୍ରଦାନ କରାଯାଇ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଆଯାଇଛି।

ଏହି ମେଗା ନିଯୁକ୍ତି ମେଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ଯୁବତୀମାନଙ୍କ ଉତ୍ସାହଭରା ଅଂଶଗ୍ରହଣ ଦେଖାଯାଇଥିଲା। ଯୁବମାନଙ୍କୁ ନିଯୁକ୍ତି ଓ କୌଶଳ ବିକାଶ ସୁଯୋଗ ସହ ଯୋଡ଼ିବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପେ ପ୍ରମାଣିତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande