ସପ୍ତଦୋଳ ପାଇଁ ଜୟପୁର ସହର ଚଳଚଞ୍ଚଳ
ଜୟପୁର, ୨୭ ଫେବୃଆରୀ (ହି.ସ.)- ସପ୍ତଦୋଳ ଉତ୍ସବ ପାଇଁ ସମଗ୍ର ଜୟପୁର ସହର ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ଠାରୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଛୋଟ ଛୋଟ ବିମାନ ସହର ପରିକ୍ରମା କରୁଛି । ସହରରେ ଥିବା ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର, ରଘୁନାଥ ମନ୍ଦିର, ଚୈତନ୍ୟ ମନ୍ଦିର ଏବଂ କୁଞ୍ଜବିହ
ସପ୍ତଦୋଳ ପାଇଁ ଜୟପୁର ସହର ଚଳଚଞ୍ଚଳ


ଜୟପୁର, ୨୭ ଫେବୃଆରୀ (ହି.ସ.)- ସପ୍ତଦୋଳ ଉତ୍ସବ ପାଇଁ ସମଗ୍ର ଜୟପୁର ସହର ଚଳଚଞ୍ଚଳ ହୋଇ ଉଠିଛି । ଗତକାଲି ଠାରୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଛୋଟ ଛୋଟ ବିମାନ ସହର ପରିକ୍ରମା କରୁଛି । ସହରରେ ଥିବା ଜଗନ୍ନାଥ ମନ୍ଦିର, ନାରାୟଣ ମନ୍ଦିର, ରଘୁନାଥ ମନ୍ଦିର, ଚୈତନ୍ୟ ମନ୍ଦିର ଏବଂ କୁଞ୍ଜବିହାରୀ ମନ୍ଦିରରୁ ବିମାନମାନ ବାହାରି ରାତ୍ର ୯ଟାରେ ରଜାନହର ସ୍ଥିତ ରଘୁନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ । ସେଠାରେ ସମସ୍ତ ବିମାନକୁ ପୁଜା ପାଠ, ଭୋଗ ଲାଗି କରାଯାଏ । ପରେ ସମସ୍ତ ବିମାନ ସହର ପରିକ୍ରମା କରାଯାଉଛି । ଦଶମୀ ଠାରୁ ତ୍ରୟୋଦଶୀ ପଯ୍ୟନ୍ତ ବିମାନ ଗୁଡିକ ସହର ପରିକ୍ରମା କରିଯିବ । ଚତୁଃର୍ଦ୍ଦଶୀ ଦିନ ସହରର ବାଙ୍କମଠ ଠାରେ ହଳପୋଡି ଉତ୍ସବ ଅନୁଷ୍ଠିତ ହେବ । ହଳ ପୋଡି ନିକଟରେ ବିମାନ ଗୁଡିକ ପରିକ୍ରମା କରାଯାଇଥାଏ । ବିମାନ ଗୁଡିକ ସେଠାରୁ ମନ୍ଦିରକୁ ଫେରିଯିବା ପରେ ଚୈତନ୍ୟ ମନ୍ଦିରରେ ନୂତନ ବର୍ଷର ପଞ୍ଜିକା ପାଠ କରାଯାଇଥାଏ । ୪ଟି ବିମାନ ସହର ପରିକ୍ରମା କରୁଥିବା ବେଳେ ଶେଷ ଦିନ ହୋଲିଖେଳରେ ରଘୁନାଥଙ୍କ ବିମାନ ସହର ପରିକ୍ରମା କରିଥାଏ । ଏହି ଦିନ ସାରା ସହରବାସୀ ରଙ୍ଗଖେଳି ଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande