ଚଉଦକୁଲାଟ ପ୍ୟାକ୍ସରେ ସମ୍ପାଦକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ କୃଷି ସମବାୟ ସମିତିରେ ଶୁକ୍ରବାର ସଭାପତିଙ୍କ ନୂତନ ଗୃହ ଉଦ୍ଘାଟନ, ପରିଚାଳନା ପରିଷଦ ବୈଠକ ଓ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ସମ୍ପାଦକ ହେମନ୍ତ କୁମାର ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏ ନେଇ
---------------ଚଉଦକୁଲାଟ ପ୍ୟାକ୍ସରେ ସମ୍ପାଦକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ କୃଷି ସମବାୟ ସମିତିରେ ଶୁକ୍ରବାର ସଭାପତିଙ୍କ ନୂତନ ଗୃହ ଉଦ୍ଘାଟନ, ପରିଚାଳନା ପରିଷଦ ବୈଠକ ଓ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ସମ୍ପାଦକ ହେମନ୍ତ କୁମାର ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏ ନେଇ ପ୍ୟାକ୍ସର ସଭାପତି ଦୁର୍ଗାଶୀଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ସରପଂଚ ରମାକାନ୍ତ ମଲ୍ଲିକ, ପୂର୍ବତନ ସଭାପତି ରଞ୍ଜନ କୁମାର ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ୟାକ୍ସରେ ଚାଷୀମାନେ ସୁରୁଖୁରୁରେ ଧାନ ଦେଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଏଥିସହିତ ପ୍ୟାକ୍ସର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିଧାୟକ ଆଲୋଚନା କରିଥିଲେ ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ୟାକ୍ସର ସମସ୍ତ ନିର୍ଦ୍ଦେଶକ, ସ୍ଥାନୀୟ ବୁଦ୍ଧିଜିବୀ, ସମିତିର କର୍ମଚାରୀ ନାରାୟଣ ସାହୁ, ସଂଜୀବ କୁମାର ସାହୁ, ଗୋପାଳ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande