ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବିଷ୍ଣୁ ପ୍ରସାଦ ଦାସଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା
ବଲାଙ୍ଗିର, ୨୭ ଫେବ୍ରୁଆରି (ହି.ସ.)- ବଲାଙ୍ଗିର ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବିଷ୍ଣୁ ପ୍ରସାଦ ଦାସଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗାର୍ଡେନ ଇନ୍ ହୋଟେଲ ରେ ବଲାଙ୍ଗିର ଶିଳ୍ପ ସଂଘ (ଓସ୍ମେ) ସଭାପତି ପ୍ରକାଶ ନେପାକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପ ସଂଘ ର
ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବିଷ୍ଣୁ ପ୍ରସାଦ ଦାସ ଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା


ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବିଷ୍ଣୁ ପ୍ରସାଦ ଦାସ ଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା


ବଲାଙ୍ଗିର, ୨୭ ଫେବ୍ରୁଆରି (ହି.ସ.)- ବଲାଙ୍ଗିର ଜିଲ୍ଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବିଷ୍ଣୁ ପ୍ରସାଦ ଦାସଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଗାର୍ଡେନ ଇନ୍ ହୋଟେଲ ରେ ବଲାଙ୍ଗିର ଶିଳ୍ପ ସଂଘ (ଓସ୍ମେ) ସଭାପତି ପ୍ରକାଶ ନେପାକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପ ସଂଘ ର ସମସ୍ତ ସଭ୍ୟ ତଥା ଡିଆଇସି ର ବରିଷ୍ଠ ଅଧିକାରୀ ନିରୋଜ ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ସଂଘ ସଭାପତି ପ୍ରକାଶ ନେପାକ, ଓଏସ୍ମେ ପଶ୍ଚିମ ଜୋନ ସଭାପତି ସିଦ୍ଧଶ୍ୱର ମିଶ୍ର, ଉପ-ସଭାପତି ସବ୍ୟସାଚୀ ମାଝି, କୋଷାଧ୍ୟକ୍ଷ ଆଲୋକ ମହାନ୍ତି ପ୍ରମୁଖ ଶ୍ରୀ ଦାସଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଉପଢୈାକନ, ମାନପତ୍ର ତଥା ଉପହାର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ଦାସ ଙ୍କ ବଲାଙ୍ଗିର ଜିଲ୍ଲା ରେ ଚାରି ବର୍ଷ ର ଅବସ୍ଥାନ ସମୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା, ରୁଗ୍ଣ ଶିଳ୍ପ ର ପୁନରୁର୍ଦ୍ଧାର, ଶିଳ୍ପ ସଂଘର ସହାୟତାରେ ବିଭିନ୍ନ ସଚେତନତା ଶିବିର ତଥା ବଲାଙ୍ଗିର ଜିଲ୍ଲାରେ ଶିଳ୍ପର ବିସ୍ତାର ପାଇଁ ଅନବରତ କାର୍ଯ୍ୟରତ ଥିଲେ ବୋଲି ସଂଘ ର ସଭ୍ୟ ତଥା ଯୁବ ଉଦ୍ୟୋଗୀ ଆଶିଷ ରଥ, ବରିଷ୍ଠ ସଭ୍ୟ କୂଳଭୂଷଣ ପୁରୋହିତ, ପ୍ରସନ୍ନ କୁମାର ଗିରି, ରାଜୁ ପଟେଲ, ପାଟଣାଗଡ ଉଦ୍ୟୋଗୀ ସରୋଜ ମେହେର ପ୍ରମୁଖ ମତ ପ୍ରକାଶ କରିଥିଲେ । ଅବସର ଗ୍ରହଣ ଅବସରରେ ଶ୍ରୀ ଦାସ ଉଦବୋଧନ ଦେଇ ବଲାଙ୍ଗିର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସଚେତନତା ର ଅଭାବ, ଶିଳ୍ପ ପ୍ରତିଷ୍ଠାନମାନଙ୍କର ଏକତା ତଥା ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଦିଗରେ ବିଭିନ୍ନ ଲୋକାଭିମୁଖୀ ଶିଳ୍ପ ନୀତିର ଅଜ୍ଞତା, ଇଡକୋ ତଥା ଅନ୍ୟ ପ୍ରଶାସନିକ ଅସହଯୋଗ ଯୋଗୁଁ ଶିଳ୍ପ ପ୍ରତିଷଠାରେ ବାଧାପ୍ରାପ୍ତ ହେଉଥିବା ମତ ପ୍ରକାଶ କରିଥିଲେ । ସେ ଚଳିତ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ରେ ବିଭିନ୍ନ ନୀତି ଏବଂ ପ୍ରତ୍ସାହୋନ ର ଫାଇଦା ନେବାକୁ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ବଲାଙ୍ଗିର ର ଉଦ୍ୟୋଗୀ ପ୍ରମୋଦ ପ୍ରଧାନ, ଭିକି ଅଗ୍ରୱାଲ, ଭିଲେଶ ଜୈନ ପ୍ରମୁଖ ଯୋଗଦାନ କରିଥିଲେ । କୋଷାଧ୍ୟକ୍ଷ ଆଲୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande