
ବାଦୀ ଗ୍ରାମ ପଞ୍ଚାୟତରେ ଫିଲଟର ପାଣି ଟେଙ୍କ ଉଦଘାଟନ
ନୂଆପଡା,୨୭ ଫେବୃଆରୀ (ହି.ସ.)- ନୁଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଗ୍ରାମ ପଞ୍ଚାୟତ ରାଜିବ ଉଦ୍ୟାନ ଭବନ ଠାରେ ଫିଲଟର ପାଣି ଟେଙ୍କ ଆଜି ପୁଜାର୍ଚ୍ଚନା କରି ଶୁଭ ଉଦ୍ଘାଟନ କରିଥିଲେ।ଏହି ଉଦ୍ଘାଟନ ରେ ମୁଖ୍ୟ ଅତିଥି ଭାବେ ମଣିକଚନ ଘିଭେଲା ଓ ବାଦୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମୀନା ଜାଲ ,ନାଏବ ସରପଞ୍ଚ ବୀଣା ବାଗ, ପଞ୍ଚାୟତ ଇଓ ତିହାରୁ ନିଆଲ ଶୁଭ ଉଦ୍ଘାଟନ କରିଥିଲେ। ଏହି ଫିଲଟର ପାଣି ମେସିନ ରେ ୧୦ ଟଙ୍କା ଦେଇ ପାଣି ପାଇ ପାରିବେ। ବାଦୀ ଗ୍ରାମ ପଞ୍ଚାୟତ ଏରିଆ ଠାରେ ଫ୍ଲୋରାଇଟ ପାଣି ପିଇବା ପାଇଁ ବାଧ୍ୟ ହେଉଥିଲେ। ଯାହାବି ହେଉ ଏହି ଗ୍ରାମ ପଞ୍ଚାୟତ ଏରିଆ ଲୋକ ଓ ଆଖ ପାଖ ଅଞ୍ଚଳର ଲୋକମାନଙ୍କ ସୁବିଧା ୧୦ ଟଙ୍କାରେ ଫିଲଟର ପାଣି ପାଇ ପାରିବେ। ଏଠାରେ ବାଦୀ ଗ୍ରାମ ପଞ୍ଚାୟତ ର ୧୧ ଗୋଟି ୱାର୍ଡ ମେମ୍ବର ମାନେ ହେଲେ କୁଲଦୀପ କୈବର୍ତ୍ତ, ପ୍ରବୀଣ ସେନାପତି,ଚନ୍ଦ୍ର ପଟେଲ, ନରେନ୍ଦ୍ର ସାହୁ,ରଞ୍ଜୁଲା ସୁନାମୀ,ପିର ସୁନାମି,ବିଣା ବାରିକ,ମାୟା ସିଂ ,ବିମଲା ମାଝୀ ସନ୍ତୋଷ ବଷ୍କି, ବିନୋଦ ବାଗ,ମକୁନ୍ଦ ନାଗ,ଟେକଧର ନାଏକ, ଅର୍ଜୁନ ପଟେଲ,ଧନୁର୍ଯ୍ୟ ବନଛୋର ସମସ୍ତ ଗ୍ରାମ ପଞ୍ଚାୟତ ବାସି ଉପସ୍ଥିତ ରହି ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ