ଜୟପୁର ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ଅନୁଷ୍ଠିତ
ଜୟପୁର, ୨୭ ଫେବୃଆରୀ (ହି.ସ.)- ଜୟପୁର ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ଆଜି ଅନୁଷ୍ଠିତ ହୋଇଛି । ସମିତର ବୈଠକ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିଲେ । ଏଠାରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି କୃଷ୍ଣ ନେ
ଜୟପୁର ପଞ୍ଚାୟତ ସମିତିର ସପ୍ତମ  ଅଧିବେଶନ ଅନୁଷ୍ଟିତ


ଜୟପୁର, ୨୭ ଫେବୃଆରୀ (ହି.ସ.)- ଜୟପୁର ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ଆଜି ଅନୁଷ୍ଠିତ ହୋଇଛି । ସମିତର ବୈଠକ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇଥିଲେ । ଏଠାରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି କୃଷ୍ଣ ନେପାକ, ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଉପାଧ୍ୟକ୍ଷ ଗଣେଷ ପ୍ରସାଦ ପାଢୀ, ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ କାଞ୍ଚନ ପଣ୍ଡା, ବ୍ଲକ ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକ, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ଆସ୍ତା ନାୟକ, ରଶ୍ମି ରଥ ଙ୍କ ସହ ଲାଇନ ଡିପାର୍ଡମେଣ୍ଟର ଅଧିକାରି ମାନେ ଉପସ୍ଥିତ ଥିଲେ । ଏଠାରେ ସ୍ୱାସ୍ଥ୍ୟ, କୃଷି ଓ ଉଦ୍ୟାନ କୃଷି, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଶିକ୍ଷା, ଜଳ ଓ ପରିମଳ ବିଭାଗ ଉପରେ ଆଲୋଚନା ହୋଇଥିଲା । ଜୟପୁର ବ୍ଲକରେ ୧୫ ଏକର ଜମି ଚିହ୍ନଟ କରିବାକୁ ବିଧାୟକ ବାହିନିପତି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜମିରେ ଇଡକୋ କୁ କହି ଉଚ୍ଚ ମାନର ଷ୍ଟାଡିୟମ କରିବାକୁ ବିଧାୟକ ଉଦ୍ୟମ କରିବେ ବୋଲି କହିଥିଲେ । ଇକୋ ଟୁରୁଜିମ କରିବା ପାଇଁ ପ୍ରସ୍ତାବ ଦେବା ପାଇଁ ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ । ପ୍ରସ୍ତାବ ଦେଲେ ନିଶ୍ଚୟ କରାଯିବ । ସୁ୍ନ୍ଦର ପାର୍କ ନିର୍ମାଣ କରିବା ସହ ନୂତନ ଅଙ୍ଗନବାଡୀ ଗୃହ ବିଦ୍ୟାଳୟରେ ଅବ୍ୟବସ୍ଥା ଦୂର କରିବାକୁ କହିଥିଲେ । ଗୋଟିଏ ଶ୍ରେଣି ଗୃହରେ ୨୩ଟି ଶ୍ରେଣିର ପିଲା ବସୁଛନ୍ତି । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୫ ଲକ୍ଷ ଟଙ୍କା ଲେଖାଏଁ ବିଧାୟକ ପାଣ୍ଠିରୁ ଦିଆଯିବ । ହେଲେ ଗୋଟିଏ ବିଦ୍ୟାଳୟର ଗୋଟିଏ ଲେଖାଏଁ ଅତିରିକ୍ତ ଶ୍ରେଣି ଗୃହ ହୋଇପାରିବ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ମାନର ପୋଷାକ ଦେବା, ମଧ୍ୟାହ୍ନ ଭୋଜନ ଉଚ୍ଚ ମାନର ଦେବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଇକୋ ଟୁରିଜମର ବିକାଶ ହେଲେ ସ୍ଥାନୀୟ ଶିକ୍ଷତ ଯୁବକ ମାନେ ନିଯୁକ୍ତି ପାଇପାରିବେ । ଖରା ଦିନ ଆସିଲାଣି ପାନିୟ ଜଳର ସମସ୍ୟା ଯେପରି ନହେବ ସେଥି ପ୍ରତି ବ୍ଲକ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ । ଲୋକମାନେ ଯେପରି ପାନିୟ ଜଳ ପାଇଁ ଅସୁବିଧାରେ ନପଡିବେ ସେଥିପାଇଁ ପାନିୟ ଜଳ ବ୍ୟବସ୍ଥା କରିବାକୁ ରହିଥିଲେ । ବନ ବିଭାଗ ତରଫରୁ ୧୦ଟି ଚାରା ମାଗଣା ଦିଆଯାଉଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଲୋକ ମାନଙ୍କର ଘରେ ଅମୃତଭଣ୍ଡା, କଦଳି, ଆମ୍ବ, ପିଜୁଳି ଗଛ ଯେପରି ଲାଗିବ ସେଥିପ୍ରତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ସୋମବାର ପଞ୍ଚାୟତ ସ୍ତରିୟ ଜନ ଶୁଣାଣି ଶିବିର ହେଉଥିବା ବେଳେ ଲାଇନ ଡିପାର୍ଟମେଣ୍ଟ ର ଅଧିକାରି ମାନେ ଅନୁପସ୍ଥିତ ରହୁଥିବା ନେଇ ବ୍ଲକ ଉପାଧ୍ୟକ୍ଷ ଗଣେଷ ପାଢୀ ଅଭିଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande