
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ଚାରିଟେବୁଲ ଟ୍ରଷ୍ଟ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆପଣମାନଙ୍କୁ ନୂତନ ବର୍ଷ ଏବଂ ଆସନ୍ତା ବାସନ୍ତୀ ଦୁର୍ଗା ପୂଜା - ୨୦୨୬ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଅଛୁ। ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଚାହୁଁଛୁଯେ ଆମର ଟ୍ରଷ୍ଟ ଦୀର୍ଘ ୨୧ ବର୍ଷ ଧରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ମା ବାସନ୍ତୀ ଦୁର୍ଗାଙ୍କର ପବିତ୍ର ପୂଜା ଅବସରରେ ସର୍ବଶ୍ରେଷ୍ଠ ପ୍ରତିଭା ମହୋତ୍ସବ ସମାରୋହ ଆୟୋଜନ କରି ପୁରସ୍କାର ଏବଂ ସମ୍ମାନିତ କରିଆସୁଅଛୁ ଯାହା ଦ୍ୱାରା ଆମ ସମାଜର ବିକାଶ ପାଇଁ ସକାରାତ୍ମକ ଭାବନା ସୃଷ୍ଟି ହେବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ମିଳିବ ଓ ଆମ ଜିଲ୍ଲା ଉନ୍ନତି କରିବ। ତେଣୁ, ଆପଣଙ୍କ ଅଞ୍ଚଳର ଏପରି କୌଣସି ବ୍ୟକ୍ତିଙ୍କ ନାମ, ଠିକଣା ଖୋଜି ବାହାର କରିବା ଏବଂ ମନୋନୀତ କରିବା ପାଇଁ ଆମେ ଆପଣଙ୍କର ସାହାଯ୍ୟ କାମନା କରୁଛୁ ଜ୍ଝଯେଉଁମାନେ କଳା / ସଂସ୍କୃତି/ କ୍ରୀଡା /ଶିକ୍ଷା /ସାହିତ୍ୟ / ସଂଗୀତ / ବିଜ୍ଞାନ / କୃଷି / ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ ହେବା ପାଇଁ ଯୋଗ୍ୟ ଅଟନ୍ତି, ତାଙ୍କର ତଥ୍ୟ ନିମ୍ନରେ ଉଲ୍ଲେଖ କରାଯାଇଥିବା ଯୋଗାଯୋଗ ବିବରଣୀରେ ୧୫/୦୩/୨୦୨୬ ସୁଦ୍ଧା ଦେବା ପାଇଁ ଅନୁରୋଧ।
ହିନ୍ଦୁସ୍ଥାନ ସମାଚାର / ରବି