ନନ୍ଦପୁର ବ୍ଲକରେ ନଦୀ ପାର କରି ଲୋକଙ୍କ ପାଖକୁ ପହଂଚିଲେ ଜିଲ୍ଲାପାଳ
ଜୟପୁର, ୨୭ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ନନ୍ଦପୁରକୁ ମାରାଥନ ଗସ୍ତ କରିଛନ୍ତି।ସ୍କୁଲ, କଲେଜ, ମେଗା ପାନୀୟ ପ୍ରକଳ୍ପ, ନିର୍ମାଣଧୀନ ମେଡିକାଲ ଓ ବତ୍ରିଶ ସିଂହାସନ ସମେତ ନନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ପରିଦର୍ଶନ କରିଛନ୍ତି। ପ୍ରଥମେ ଜିଲ୍ଲା
ନନ୍ଦପୁର ବ୍ଲକରେ ନଦୀ ପାର କରି ଲୋକଙ୍କ ପାଖକୁ ପହଞ୍ଚିଲେ ଜିଲ୍ଲାପାଳ


ଜୟପୁର, ୨୭ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ନନ୍ଦପୁରକୁ ମାରାଥନ ଗସ୍ତ କରିଛନ୍ତି।ସ୍କୁଲ, କଲେଜ, ମେଗା ପାନୀୟ ପ୍ରକଳ୍ପ, ନିର୍ମାଣଧୀନ ମେଡିକାଲ ଓ ବତ୍ରିଶ ସିଂହାସନ ସମେତ ନନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ପରିଦର୍ଶନ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ଶ୍ରୀ ମହାଜନ ନନ୍ଦପୁର ସର୍ବେଶ୍ୱର ମନ୍ଦିର ପହଂଚି ସେଠାରେ ନିର୍ମାଣ କୋଠା ବୁଲି ଦେଖିବା ପରେ, ସରକାରି ଉଚ୍ଚ ବିଦ୍ୟାଳୟ, ପରେ ନନ୍ଦପୁର ସିନ୍ଦେଦେବୀ ମହାବିଦ୍ୟାଳୟ , ମେଗା ପାନୀୟ ଜଳ ପ୍ରକଳ୍ପ ତଦାରଖ ପରେ ନନ୍ଦପୁର ବ୍ରତିଶ ସିଂହାସନରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଥୁବା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ନିର୍ମାଣର ତଦାରଖ କରିବା ପରେ ରାଇସିଂ ପଂଚାୟତର ଦେବଶଣ୍ଡଗୁଡା ଗ୍ରାମକୁ ପହଂଚି ଗ୍ରାମବାସୀଙ୍କ ରାସ୍ତା ସମସ୍ୟା ଉପରେ ସମୀକ୍ଷା କରିଛନ୍ତି କ୍ଷ ଜିଲାପାଳ ଶ୍ରୀ ମହାଜନ ବାସୁକି ନଦୀପାରି ହୋଇ ଗ୍ରାମରେ ପହଂଚିଥିଲେ । ଜିଲାପାଳଙ୍କ ଦେଖିବା ମାତ୍ରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ଶ୍ରୀ ମହାଜନ ଦେବଶଣ୍ଡଗୁଡାକୁ ପହଂଚି ଗ୍ରାମବାସୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ କ୍ଷ ଶେଷରେ ପାଡୁଆ କଫି ୟୁନିଟ ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ନନ୍ଦପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂର୍ଗା ପ୍ରସାଦ ଦୋରାଙ୍କ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ମେଗା ପାନୀୟ ଜଳ ପ୍ରକଳ୍ପ ସହ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଉନ୍ନୟନ କାର?୍ୟ୍ୟର ସମୀକ୍ଷା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande