ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ହୀରାକୁଦ ନଦୀବନ୍ଧ ପରିଦର୍ଶନ
ସମ୍ବଲପୁର, ୨୭ ଫେବୃଆରୀ (ହି.ସ.)- ମହାନଦୀ ଟ୍ରିବ୍ୟୁନାଲ କମିଟି ଗତ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚି ରାତ୍ରୀଯାପନ କରିବା ପରେ ଶୁକ୍ରବାର ପୂର୍ବାହ୍ନରେ ମହାନଦୀ ଉପରେ ଥିବା ହୀରାକୁଦ ଜଳ ଭଣ୍ଡାର ପରିଦର୍ଶନ କରିଛନ୍ତି । ଜଳ ଭଣ୍ଡାରରେ ଜଳ ମହଜୁଦ ପରିମାଣର କ୍ଷମତା, ଜଳ ନିଷ୍କାସନ, ବ୍ଯବହାର
ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ହୀରାକୁଦ ନଦୀବନ୍ଧ ପରିଦର୍ଶନ


ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ହୀରାକୁଦ ନଦୀବନ୍ଧ ପରିଦର୍ଶନ


ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ହୀରାକୁଦ ନଦୀବନ୍ଧ ପରିଦର୍ଶନ


ସମ୍ବଲପୁର, ୨୭ ଫେବୃଆରୀ (ହି.ସ.)- ମହାନଦୀ ଟ୍ରିବ୍ୟୁନାଲ କମିଟି ଗତ ଗୁରୁବାର ରାତିରେ ସମ୍ବଲପୁରରେ ପହଞ୍ଚି ରାତ୍ରୀଯାପନ କରିବା ପରେ ଶୁକ୍ରବାର ପୂର୍ବାହ୍ନରେ ମହାନଦୀ ଉପରେ ଥିବା ହୀରାକୁଦ ଜଳ ଭଣ୍ଡାର ପରିଦର୍ଶନ କରିଛନ୍ତି । ଜଳ ଭଣ୍ଡାରରେ ଜଳ ମହଜୁଦ ପରିମାଣର କ୍ଷମତା, ଜଳ ନିଷ୍କାସନ, ବ୍ଯବହାର ସହ ହୀରାକୁଦ ନଦୀବନ୍ଧର ସ୍ଥିତାବସ୍ଥା ମଧ୍ୟ ତନଖି କରିଥିଲେ । ମହାନଦୀ ଟ୍ରିବ୍ୟୁନାଲ ଟିମ୍ ର ଏହି ଅନୁଧ୍ୟାନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ହୀରାକୁଦ ନଦୀବନ୍ଧ ପରିଦର୍ଶନ ପରେ ଏହି ଟିମ୍ ମା ଘଣ୍ଟେଶ୍ବରୀଙ୍କ ପୀଠ ଓ ଚିପିଲିମା ତାପଜ ବିଦ୍ୟୁତ୍ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଗସ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande