ଓଳାଭର ବଜାର ଜବରଦଖଲ ଉଚ୍ଛେଦ ସରୁନି, ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲ୍ ଅନ୍ତର୍ଗତ ଓଳାଭର ବଜାର ତହସିଲ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଦୋକାନୀ ଓ ସେଠାରେ ଘର କରିଥିବା ସର୍ବସାଧାରଣଙ୍କୁ ନୋଟିସ୍ ପରେ ମାପ କରାଯାଇ ଉଚ୍ଛେଦ ହେବାକୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ଏବଂ ଜବରଦଖଲରେ ଥ
ଓଳାଭର ବଜାର ଜବରଦଖଲ ଉଚ୍ଛେଦ ସରୁନି, ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି


କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲ୍ ଅନ୍ତର୍ଗତ ଓଳାଭର ବଜାର ତହସିଲ୍ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଦୋକାନୀ ଓ ସେଠାରେ ଘର କରିଥିବା ସର୍ବସାଧାରଣଙ୍କୁ ନୋଟିସ୍ ପରେ ମାପ କରାଯାଇ ଉଚ୍ଛେଦ ହେବାକୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ଏବଂ ଜବରଦଖଲରେ ଥିବା ବ୍ୟବସାୟୀଙ୍କ ଦ୍ୱାରା ଉଚ୍ଚ ନ୍ୟାୟାଳୟରେ ଥିବା ମାମଲାର ସମୟସୀମା ଏବଂ ଉପଜିଲ୍ଲାପାଳଙ୍କ କୋର୍ଟରେ ଥିବା ମାମଲାର ଆବଶ୍ୟକ କାଗଜପତ୍ର ଜବରଦଖଲକାରୀମାନେ ଦାଖଲ କରିନପାରିବାରୁ ସମସ୍ତ ସମୟସୀମା ସରିଯାଇଛି । ବ୍ୟବସାୟୀମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାୟତ ହୋଇଥିବା କନିକା ତହସିଲଦାରଙ୍କର ଟାଳଟୁଳ ନୀତି ଯୋଗୁ ସ୍ଥାନୀୟ ବାସିନ୍ଦା ଓ ସର୍ବସାଧାରଣ ଅସୁବିଧାର ସମ୍ମୁଖୀନ ହେବାର ସହ ଜରୁରୀକାଳୀନ ଗାଡି ଯାତାୟତରେ ଅସୁବିଧା ହେଉଛି । ଏ ନେଇ ଉପଜିଲ୍ଲାପାଳ କନିକା ତହସିଲଦାରଙ୍କୁ ଜବରଦଖଲ ସମ୍ପର୍କରେ କ'ଣ ପଦକ୍ଷେପ ନେଇଛନ୍ତି ୫ ଦିନ ଭିତରେ ଜବାବ୍ ଦେବାକୁ କଇଫତ ତଲବ କରିଛନ୍ତି । ଏହି ଜବରଦଖଲ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଅଭିଯୋଗକାରୀ ସମାଜସେବୀ ନଳିନୀକାନ୍ତ ପୃଷ୍ଟି, ଅକ୍ଷୟ ଦାସ, ଘନଶ୍ୟାମ ମୁଦୁଲି, ଅନାଦି ସାହୁ, କୃତିବାସ ନାୟକ, ପୂର୍ବତନ ସରପଂଚ ପ୍ରଫୁଲ୍ଲ ପୃଷ୍ଟି ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ତେବେ ଉପଜିଲ୍ଲାପାଳ ଶୁକ୍ରବାର ଓଳାଭର ବଜାର ଜବରଦଖଲ ସ୍ଥାନ ପରିଦର୍ଶନ କରି ତୁରନ୍ତ ଗଛ କାଟିବା ସହ ମାପ ହୋଇଥିବା ଅନୁସାରେ ଜବରଦଖଲ ହଟାଇବା ପାଇଁ ତହସିଲ୍ଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande