ମାର୍ଚ୍ଚ ୧୩ରୁ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ କପ ଆରମ୍ଭ
ଭଦ୍ରକ, ୨୭ ଫେବୃୟାରୀ (ହି.ସ.) -:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ଆଳମଙ୍ଗା ଖେଳ ପଡିଆ ଠାରେ ମାର୍ଚ୍ଚ ୧୩ରୁ ପ୍ରଥମ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ କପ-୨୦୨୬ ଆରମ୍ଭ ହେବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଆଳମଙ୍ଗା ଛକ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉପଦେଷ୍ଟା ତ
Photo for the News of CRICKET TOURNAMENT (1)


ଭଦ୍ରକ, ୨୭ ଫେବୃୟାରୀ (ହି.ସ.) -:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ଆଳମଙ୍ଗା ଖେଳ ପଡିଆ ଠାରେ ମାର୍ଚ୍ଚ ୧୩ରୁ ପ୍ରଥମ ଅଲ ଓଡିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଦ୍ରକ କପ-୨୦୨୬ ଆରମ୍ଭ ହେବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଆଳମଙ୍ଗା ଛକ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉପଦେଷ୍ଟା ତଥା ଶିକ୍ଷାବିତ୍ ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଉପଦେଷ୍ଟା ତଥା ଆଇନଜୀବୀ ବନମାଳୀ ଜେନା, ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା, ସମାଜସେବୀ ଘନଶ୍ୟାମ ଧଳ, ବିଦ୍ୟାଧର ଜେନା, ନିତ୍ୟାନନ୍ଦ ବେଜ, ସନାତନ ଜେନା, କ୍ଲବର ସଭାପତି ଅନୁପ କୁମାର ବେହେରା, ସମ୍ପାଦକ ରଞ୍ଜନ କୁମାର ବେଜ ପ୍ରମୁଖ ଯୋଗ ଦେଇଥିଲେ । ଆଳମଙ୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଟେନିସ ବଲରେ ଭଦ୍ରକରେ ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ଏହି ମ୍ୟାଚ୍ ୩ ଦିନ ଧରି ଚାଲିବ । ଏଥିରେ ୮ଟି ଟିମ୍ ଅଂଶ ଗ୍ରହଣ କରିବେ । ସେଥିମଧ୍ୟରେ ସୁହାନି ୧୧ ପଶ୍ଚିମବଙ୍ଗ, ସି.ଆର.ଏନ ତାଳଚେର, ଶିଉଳି ୧୧ ପୁରୀ, ଇମେଜ ୧୧ ଭଦ୍ରକ, ଡ୍ରିମ୍ ୧୧ ବଲାଙ୍ଗୀର, ଡି.ସି.ସି ସନ୍ଥପୁରା କେନ୍ଦ୍ରାପଡା, କମାଣ୍ଡୋ ୧୧ ଭୁବନେଶ୍ୱର, ଗଞ୍ଜାମ ୧୧ ଟିମ୍ ରହିଛନ୍ତି । ପ୍ରତିଦିନ ୩ଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତ୍ୟେକ ମ୍ୟାଚ୍ ୧୦ ଓଭର ଲେଖାଏଁ ହେବ । ମାର୍ଚ୍ଚ ୧୫ରେ ୩ଟି ଫର୍ମାଟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାଷ୍ୟକାର ଭାବେ ବୁଦ୍ଧଦେବ ମହାରଣା, ସୁନାମଧନ୍ୟ ଡ୍ୟାନ୍ସିଂ ଅମ୍ପାୟର ବବୁଲ ଆସୁଥିବା ବେଳେ ବିଶେଷ ଆକର୍ଷଣ ଭାବେ ଓଲିଉଡ ଅଭିନେତ୍ରୀ ଭୂମିକା ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମିଡିଆ ଓ ବ୍ଲଗରର୍ସ ମାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ପୁରସ୍କୃତ କରାଯିବାକୁ ଥିବାବେଳେ ମ୍ୟାନ୍ ଅଫ ଦି ସିରିଜ, ମ୍ୟାନ୍ ଅଫ ଦି ମ୍ୟାଚ୍, ବେଷ୍ଟ ବୋଲର, ବେଷ୍ଟ ବ୍ୟାଟ୍ସ ମ୍ୟାନ୍, ହେଟ୍ରିକ୍ ଉଇକେଟ ଆଦି ପୁରସ୍କାର ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଉମେଶ ପାଇକରାୟ, ଭାଗିରଥି ବେଜ, ଚିନ୍ମୟ କୁମାର ବେହେରା, ଦୀଲିପ କୁମାର ବେଜ, ସାମନ୍ତ ଚନ୍ଦ୍ର ଶେଖର ଧଳ, ଶ୍ରୀଧର ସେଠୀ, କୂଳମଣି ରାଉତ, କ୍ଲବର ସଦସ୍ୟ ସୁରେଶ ପାଇକରାୟ, ମନୋଜ ଜେନା, ପ୍ରସନ୍ନ ଜେନା, ବୁଦ୍ଧିରାମ ଜେନା, ଅନୁରାଗ ବେହେରା, ଦୀପକ ଜେନା, ଆଲୋକ ସେଠୀ, ସୁବାଶୀଷ ଜେନା, ଶାନ୍ତନୁ ଜେନା, ବିଭୁଦତ୍ତ ଜେନା, ମନିଷ ଧଳ, ମଙ୍ଗେସ ସେଠୀ, ଅରୁପାନନ୍ଦ ବେଜ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande