ଦ୍ୱିତୀୟ ସଫଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ
ନୂଆପଡା, ୨୭ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲାରେ ଦ୍ବିତୀୟ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରେ ଚାଇଲ୍ଡଲାଇନ୍ ଓ ଶିଶୁ କଲ୍ୟାଣ ସମିତି , ନୂଆପଡା ମାଧ୍ୟମରେ ଏହି କାର୍ଯ୍ୟ ଆଜି ସମ୍ପାଦିତ ହୋଇଛି l ୨୦୨୫ ମସିହା ଅକ୍ଟୋବର ୨୯
Poushya santan


ନୂଆପଡା, ୨୭ ଫେବୃଆରୀ (ହି.ସ.)-

ନୂଆପଡା ଜିଲ୍ଲାରେ ଦ୍ବିତୀୟ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରେ ଚାଇଲ୍ଡଲାଇନ୍ ଓ ଶିଶୁ କଲ୍ୟାଣ ସମିତି , ନୂଆପଡା ମାଧ୍ୟମରେ ଏହି କାର୍ଯ୍ୟ ଆଜି ସମ୍ପାଦିତ ହୋଇଛି l ୨୦୨୫ ମସିହା ଅକ୍ଟୋବର ୨୯ ତାରିଖରେ ଏକ ଶିଶୁ କନ୍ୟାକୁ ଚାଇଲ୍ଡଲାଇନ୍ ନୂଆପଡା ମାଧ୍ୟମରେ ଶିଶୁ କଲ୍ୟାଣ ସମିତି, ନୂଆପଡା ସମ୍ମୁଖରେ ଉପସ୍ଥିତ କରାଯାଇଥିଲା। ପରେ ଶିଶୁଟିକୁ ଉତ୍କଳ ବାଳାଶ୍ରମ ସ୍ଵତନ୍ତ୍ର ପୋଷ୍ୟ ସଂସ୍ଥା ନୂଆପଡାରେ ରଖାଯାଇଥିଲା।

ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମାପ୍ତ ପରେ ୦୮.୦୧.୨୦୨୬ ତାରିଖରେ ଶିଶୁଟିକୁ ପୋଷ୍ୟ ପାଇଁ ଆଇନସମ୍ମତ ଭାବେ ମୁକ୍ତ ଘୋଷଣା କରାଯାଇଥିଲା। ପରେ ତମିଲନାଡୁରୁ ଏକ ଆଗ୍ରହୀ ଏକକ ମାତାଙ୍କ ଦ୍ୱାରା ଶିଶୁଟିକୁ ରିଜର୍ଭ କରାଯାଇଥିଲା। ୨୯.୦୧ ତାରିଖରେ ପୋଷ୍ୟ କମିଟି ଦ୍ୱାରା ଆବଶ୍ୟକ ଦଲିଲପତ୍ର ଯାଞ୍ଚ ପରେ ଶିଶୁଟିକୁ ପ୍ରି-ଅଡପ୍ସନ୍ ଫୋଷ୍ଟର କେୟାର ଅନୁସାରେ ପୋଷ୍ୟ ଗ୍ରହୀତା ଏକକ ମାତାଙ୍କୁ ହସ୍ତାନ୍ତର କରାଯାଇଥିଲା।ଶେଷରେ ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ପୋଷ୍ୟ ଆଦେଶ ଜାରି ହୋଇଥିଲା। ଆଜି ନୂଆପଡା ମୁଖ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଶିଶୁଟିକୁ ପୋଷ୍ୟ ପ୍ରମାଣପତ୍ର ସହ ଔପଚାରିକ ଭାବରେ ପୋଷ୍ୟ ଗ୍ରହୀତା ମାତାଙ୍କୁ ହସ୍ତାନ୍ତର କରିଥିଲେ।

ଜିଲ୍ଲା ପ୍ରଶାସନ ଏହି ସଫଳ ପୋଷ୍ୟ ପ୍ରକ୍ରିୟା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସାଗର, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଡଃ ଫଣିନ୍ଦମ୍ ଦେଓ ଏବଂ ଉତ୍କଳ ବାଳାଶ୍ରମ ସ୍ଵତନ୍ତ୍ର ପୋଷ୍ୟ ସଂସ୍ଥା, ନୂଆପଡ଼ାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande