
କେନ୍ଦ୍ରାପଡା, ୨୭ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ୍ ଅନ୍ତର୍ଗତ ମିର୍ଜାପାଟଣା ଗ୍ରାମରେ ଥିବା ୱାର୍କଫ୍ ବୋର୍ଡର ସମ୍ପତ୍ତି ଜାମା ମସଜିଦ୍ ର ସମ୍ପତ୍ତିରେ ସ୍ଥାନୀୟ ଦୁଇ ଜଣ ବ୍ୟକ୍ତି ସେଠାରେ ଇନ୍ଦିରାଆବାସ ନିର୍ମାଣ କରୁଥିବାରୁ ଶତାଧିକ ଗ୍ରାମବାସୀ ଏହାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଦାବୀ ମୁତାବକ ୧୬୧/୪୨ ନମ୍ବର ପ୍ଲଟ ଯାହାକି ମସଜିଦ ର ସମ୍ପତ୍ତି ଅଟେ । କିନ୍ତୁ ଏହି ପ୍ଲଟଟି ସ୍ଥାନୀୟ ୪ ଜଣଙ୍କ ନାମରେ ପଟ୍ଟା ମିଳିଥିବାରୁ ଦୀର୍ଘଦିନ ହେଲା ମୋକଦ୍ଦମା ଚାଲୁ ରହିଛି । ଗ୍ରାମବାସୀମାନେ ସ୍ଥାନୀୟ ବିଡିଓଙ୍କୁ ବାରମ୍ବାର ଗୃହ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି