ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆ
ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ


ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଲୋକଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ଥିବା ମାମଲା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ପାନୀୟ ଜଳ ଓ ଟେଲିଫୋନ୍ ଅନାଦେୟ, ବ୍ୟାଙ୍କ ଋଣ ଖିଲାପି/ ଅନାଦେୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନି ମାମଲାର ଆପୋଷ ସହମତି ଭିତିରେ ସମାଧାନ କରାଯାଇ ପାରିବ।

ଲୋକଅଦାଲତରେ ମୋକଦ୍ଦମା ଫଇସଲା ପାଇଁ କୌଣସି ଆର୍ôଥକ ଖର୍ଚ୍ଚର ଆବଶ୍ୟକତା ପଡ଼େ ନାହିଁ । ଏହି ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ଓ ଅମଳଯୋଗ୍ୟ ଅଟେ। ଯଦି କୌଣସି ବିଚାରାଧିନ ମାମଲା ଲୋକଅଦାଲତ ମାଧ୍ୟମରେ ସମାଧାନ ହୁଏ, ତେବେ ପୂର୍ବରୁ ପଇଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରସ୍ତ ପାଇବାର ବିଧି ବ୍ୟବସ୍ଥା ରହିଛି । ଦୀର୍ଘଦିନରୁ ଚାଲି ରହିଥିବା ମାମଲାଗୁଡ଼ିକର ସହଜ ସମାଧାନ ପାଇଁ ଆର୍ôଥକ ଖର୍ଚ୍ଚ ଓ ସମୟ ଅପଚୟରୁ ବର୍ତିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶଦିଆଯାଇଛି ।

ଏଣୁ ଜନସାଧାରଣ ଏହି ଲୋକଅଦାଲତର ଫାଇଦା ନେବା ପାଇଁ ନିଜ ନିଜର ମାମଲାକୁ ରାଷ୍ଟ୍ରୀୟ ଲୋକଅଦାଲତରେ ଆଗତ କରିବାକୁ ହେବ ଏବଂ ବିଭାଗୀୟ ଅଦାଲତ କିମ୍ବା ନିକଟସ୍ଥ ଆଇନ ସେବା ପ୍ରାଧିକରଣଙ୍କ ସହ ଆଗୁଆ ଯୋଗାଯୋଗ କରିବାକୁ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande