କୋର୍ଟ ଆଦେଶ ପରେ ନଗରପାଳ ଆସନ ଅଧିଗ୍ରହଣ କଲେ ଶୁଭେନ୍ଦୁ ସାହୁ
ଭୁବନ, ୨୭ ଫେବୃଆରୀ (ହି.ସ.)- କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର ଆଳରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ ୯ ସେପ୍ଟେମ୍ବର ୨୦୨୫ ରେ ସରକାର ବରଖାସ୍ତ କରିଥିଲେ । ଏହା ପରେ ୧୨ ସେପ୍ଟେମ୍ୱର ୨୦୨୫ ରେ ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁଙ୍କୁ ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସ
କୋର୍ଟ ଆଦେଶ ପରେ ନଗରପାଳ ଆସନ ଅଧିଗ୍ରହଣ କଲେ ଶୁଭେନ୍ଦୁ ସାହୁ


ଭୁବନ, ୨୭ ଫେବୃଆରୀ (ହି.ସ.)- କର୍ତ୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର ଆଳରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ ୯ ସେପ୍ଟେମ୍ବର ୨୦୨୫ ରେ ସରକାର ବରଖାସ୍ତ କରିଥିଲେ । ଏହା ପରେ ୧୨ ସେପ୍ଟେମ୍ୱର ୨୦୨୫ ରେ ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁଙ୍କୁ ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ନଗରପାଳ ଭାବେ ଦାୟିତ୍ଵ ଅର୍ପଣ କରିଥିଲେ । ନଗରପାଳ ପଦବୀରୁ କ୍ଷମତାଚ୍ୟୁତ ହେବା ପରେ ଶୁଭେନ୍ଦୁ ସାହୁ ସରକାରଙ୍କ ବିରୋଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ । ଉଚ୍ଚ ନ୍ୟାୟାଳୟ ଗତ ୨୬ ତାରିଖରେ ସରକାରଙ୍କ ବହିଷ୍କାର ଆଦେଶକୁ ଖାରଜ କରିଦେବା ପରେ ଶୁଭେନ୍ଦୁ ସାହୁ ଆଜି ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ଗହଣରେ ଏନ୍ ଏ ସି କାର୍ଯ୍ୟାଳୟକୁ ଯାଇ ଆସନ ଅଳଙ୍କୃତ କରିଥିଲେ । ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶରେ କର୍ମଚାରୀ ମାନେ ପାଛୋଟି ନେଇଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସାହୁ,ଅଜୟ ସେଠୀ, ଅଭିମନ୍ୟୁ ବେହେରା, ସୋମନାଥ ମହାରଣା, ସମ୍ପାଦକ ପିଣ୍ଟୁ ଦାସ, ବିଶ୍ୱଜିତ୍ ବାରିକ, କାଉନସିଲର ଗିରିଧାରୀ ସାହୁ, ପପୁ କୁମାର ସାହୁଙ୍କ ସମେତ ବରିଷ୍ଠ କର୍ମୀ ମୁରଲୀ ମୋହନ ମାହୁନ୍ତ, ସନ୍ତୋଷ କୁମାର ବେହେରା, ନାରାୟଣ ନାୟକ, ରାକେଶ କୁମାର ପୃଷ୍ଟି ଓ ବହୁ ଶୁଭେଚ୍ଛୁ ନଗରପାଳ ଶୁଭେନ୍ଦୁ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ସ୍ବାଗତ ଜଣାଇଥିଲେ । ତେବେ ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁଙ୍କ ଅନୁପସ୍ଥିତିକୁ ନେଇ ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ମିଟିଂ ରେ ଥିଲେ ବୋଲି କହିବା ସହ ଯେହେତୁ ସରକାରଙ୍କ ଆଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି, ତେଣୁ ଶୁଭେନ୍ଦୁ ବାବୁ ଆସନ ଅଧିଗ୍ରହଣ କରିପାରିବେ । ଏହା ସମ୍ପୂର୍ଣ୍ଣ ସାମ୍ବିଧାନିକ ବୋଲି କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande