ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ପ୍ରବୋଧନ ” ତାଲିମ ଶିବିର
ଖୋର୍ଦ୍ଧା, ୨୭ ଫେବୃଆରୀ (ହି.ସ.)- ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷାନୀତି -୨୦୨୦ ଏବଂ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ, ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ପ୍ରବୋଧନ ” ତାଲିମ ଶିବିର ଅନୁଷ୍ଠିତ ହୋଇଯା
Talim


ଖୋର୍ଦ୍ଧା, ୨୭ ଫେବୃଆରୀ (ହି.ସ.)- ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷାନୀତି -୨୦୨୦ ଏବଂ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ, ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ ପ୍ରବୋଧନ ” ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ମଣ୍ଡଳ ଶିକ୍ଷାଧିକାରୀ ଯାଜ୍ଞସେନୀ ସାହୁ ମହୋଦୟଙ୍କ ତତ୍ତ୍ଵାବଧାନରେ ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜିକା ସଂଧ୍ଯାବତୀ ଲେଙ୍କା ଏବଂ ସହ ମଣ୍ଡଳ ଶିକ୍ଷାଧିକାରୀ ଭରତ ଚନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ସମ୍ବଳ ଶିକ୍ଷକ ଭାବେ ଭୀମସେନ ପରିଡ଼ା, ଡ଼. ମମିତା ସାହୁ ଓ ରେବତୀ ପଣ୍ଡା ପାଞ୍ଚ ଦିନ ଧରି ଅତି ସୁନ୍ଦର ଓ ସାବଲୀଳ ଢ଼ଙ୍ଗରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବିରରେ ଯୋଗଦେଇ ଏହି ପ୍ରଶିକ୍ଷଣରେ ଉପସ୍ଥିତ ଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଗାମୀ ଶିକ୍ଷାବର୍ଷରେ ବିଦ୍ୟାଳୟ ସ୍ତରରେ ମୂଲ୍ୟବୋଧ ତଥା ନୈତିକ ଶିକ୍ଷାର ଗୁରୁତ୍ବକୁ ପ୍ରତିପାଦନ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନମୂଳକ ବାର୍ତା ଉପସ୍ଥାପନ କରିଥିଲେ । ନୂତନ ପାଠ୍ୟକ୍ରମ ରୂପରେଖ ଭାରତୀୟ ଜ୍ଞାନ ପରମ୍ପରା, ଭାବଧାରା, ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁକୂଳ ବୈଶିଷ୍ଟ୍ୟ, ନୂତନ ଦକ୍ଷତାଭିଭିକ ଶିକ୍ଷଣ, ପଞ୍ଚକୋଷ ଭିଭିକ ସମଗ୍ର ବିକାଶ, ପଞ୍ଚପଦୀ ଶିକ୍ଷଣ ଇତ୍ୟାଦି ଉପରେ ପର୍ଯ୍ୟବେସିତ । ଏହା ଶିକ୍ଷାର୍ଥୀଙ୍କୁ ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ରୂପେ ଗଢ଼ି ତୋଳିବାରେ ସାହାଯ୍ୟ କରିବ ।

ପ୍ରକାଶ ଥାଉକି, ଜାନୁଆରୀ ୩୦ରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ୩ଟି ପର୍ଯ୍ୟାୟରେ ୧୫ ଦିନ ଧରି ଏବଂ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲାଠାରେ ୨ଟି ପର୍ଯ୍ୟାୟରେ ୧୦ ଦିନ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୫ଟି ପର୍ଯ୍ୟାୟରେ ଖୋର୍ଦ୍ଧା ମଣ୍ଡଳର ପ୍ରାୟ ୫୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣରୁ ଗ୍ରହଣ କରିଥିବା ସମସ୍ତ ପାଠ୍ୟକ୍ରମକୁ ବିଦ୍ୟାଳୟ ସ୍ତରରେ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀ ନିଜର ମତପୋଷଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande