



ସୁବର୍ଣ୍ଣପୁର, ୨୭ ଫେବ୍ରୁଆରି (ହି.ସ.) - ଆଜି ପ୍ରାତଃ ୭ .୦୦ ଘଟିକା ରୁ ୮.୩୦ ଘଟିକା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଶିବିରରେ ଶହ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିଲେ। ଯୋଗଗୁରୁ ମନୋଜ କୁମାର ପଣ୍ଡା ଓ ଦ୍ୱିତିକୃଷ୍ଣ ପଣ୍ଡା ଯୋଗ ଶିକ୍ଷା ପ୍ରଦାନ କରିଥିଲେ।
ତାପରେ ପୂର୍ବାହ୍ନ ୮.୩୦ ଘଟିକା ରୁ ୧୦.୩୦ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ପଂଚାୟତ ସମିତିରୁ ଆସିଥିବା ବରିଷ୍ଠ ନାଗରିକମାନେ ଅଂଶ ଗ୍ରହଣ କରି ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସେମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ମଧ୍ୟ ସ୍ୱାସ୍ଥ୍ୟ ଶିବିର ରେ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ବରିଷ୍ଠ ନାଗରିକ ମାନେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ର ଲାଭ ପାଇଥିଲେ। ସଚେତନତା ଶିବିର–୨୦୨୬ ଅନୁଷ୍ଠିତ ହୋଇଯାଇଛି।
ତାପରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ବିଷୟ ବସ୍ତୁ ଯଥା ସାଇବର ଅପରାଧ, ମୋବାଇଲ ଫୋନ ର ବ୍ୟବହାର, ସ୍ୱାସ୍ଥ୍ୟଗତ ସମସ୍ୟା, ପ୍ରତିଷେଧକ,ପ୍ରତିକାର ମୂଳକ ଓ ଚିକିତ୍ସା ବିଷୟରେ ସଚେତନତା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଉଷାରଣୀ ଦାସ, ଉପଜିଲ୍ଲାପାଳ ସୋନପୁର ସୌମ୍ୟରୂପା ରଥ, ଡ଼ି.ଏସ.ପି. ଚନ୍ଦ୍ର ଶେଖର ଶବର, ଏଲ.ଡି.ଏମ କାର୍ତିକେଶ୍ୱର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ, ଗୋବିନ୍ଦ ବଲ୍ଲଭ ଶଡଙ୍ଗୀ, ଡି.ଇ.ଜି.ଏମ, ଗୁପ୍ତେଶ୍ୱର ରାଣା, ବରିଷ୍ଠ ନାଗରିକ ସଂଗଠନ ସୋନପୁରର ଜ୍ୟୋତିରଞ୍ଜନ ବହିଦାର ଓ ଜିଲ୍ଲା ବରିଷ୍ଠ ନାଗରିକ ସମିତି ସଦସ୍ୟ ପ୍ରଫୁଲ୍ଲ କୁମାର ରଥ ମଂଚାସିନ ଥିଲେ।
ଶିବିରରେ ଗୁପ୍ତେଶ୍ୱର ରାଣା ଡିଜିଟାଲ ସାକ୍ଷରତା, ସାଇବର ସୁରକ୍ଷା ଓ ଡିଜିଟାଲ ଗିରଫ ସମ୍ପର୍କରେ ସଚେତନତା କରିଥିଲେ। ଉଷାରଣୀ ଦାସ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବିମା ଯୋଜନା ଓ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗ, ତାହାର ପ୍ରତିଷେଧକ ଓ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ। ଏଲଡିଏମ କାର୍ତିକେଶ୍ୱର ପଣ୍ଡା ଆର୍ôଥକ ସାକ୍ଷରତା, ସଞ୍ଚୟ, ଅଧିକ ସୁଧ ନିବେଶର ଲୋଭରୁ ଦୂରେଇ ରହିବା, ଆର୍ôଥକ ଆନ୍ତର୍ଭୁକ୍ତିକରଣ, ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନା ଓ ବିଭିନ୍ନ ସରକାରୀ ଆର୍ôଥକ ଯୋଜନା ସମ୍ପର୍କରେ କହିଥିଲେ। ଆର୍ôଥକ ଠକେଇ ହେଲେ ୧୯୩୦ ହେଲ୍ପଲାଇନ ରେ କଲ କରିବାକୁ ଡି.ଏସ୍.ପି ସୂଚନା ଦେଇ ଅବଗତ କରଇଥିଲେ।
ଜିଲ୍ଲାପାଳ ଡ଼. ସାହୁ ବରିଷ୍ଠ ନାଗରିକମାନଙ୍କୁ ନିଜ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ନିଜକୁ ନିଜେ ଭଲପାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ବିଭିନ୍ନ ଅନୁଭୂତି ଏହି ସଚେତନତା ସଭାରେ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରକାଶ କରିଥିଲେ। ଏହି ଶିବିର ଆୟୋଜନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩.୦୦ ଘଟିକରେ ଏହି ଶିବିର କୁ ସମାପ୍ତି କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ