
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ରାଜଧାନୀ
ଭୁବନେଶ୍ୱରରେ ଦକ୍ଷତାର ମହାକୁମ୍ଭ । ସ୍କିଲ
ଅଲମ୍ପିକ ଭାବେ ବିବେଚିତ ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତା ପାଇଁ ହେଉଥିବା ଇଣ୍ଡିଆ ସ୍କିଲ ପ୍ରତିଯୋଗିତାର
ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା I
ଗୌହାଟୀ , ଗାନ୍ଧିନଗର, ହ୍ରାଇଦ୍ରାବାଦ
ପରେ ଏବେ ଓଡ଼ିଶା ପାଳି। ଫେବ୍ରୁଆରୀ 27ରୁ 2 ମାର୍ଚ୍ଚ ଯାଏ 4 ଦିନ ଧରି ରାଜ୍ୟ ରାଜଧାନୀରେ
ଆୟୋଜିତ ହେବ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ। 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ
ଭାବନେବେ 230 ବଛା ବଛା ପ୍ରତିଯୋଗୀ। ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ
37 ପ୍ରକାରର ଦକ୍ଷତାକୁ ନେଇ ହେବ ଜୋରଦାର ପ୍ରତିଯୋଗୀତା। ବିହାର, ଝାଡ଼ଖଣ୍ଡ,
ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ
ଏବଂ ଆଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜ ରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ନିଜ ନିଜ ଦକ୍ଷତାର
ପ୍ରଦର୍ଶନ କରିବେ। ଥ୍ରୀଡି ଡିଜିଟାଲ ଗେମ୍ ଆର୍ଟ, କ୍ଲାଉଡ୍
କମ୍ପ୍ୟୁଟିଂ, ସାଇବର ସୁରକ୍ଷାରୁ ଆରମ୍ଭ କରି ବ୍ୟୁଟି ଥେରାପି,
ପ୍ଲମ୍ବିଂ ଓ ରିନ୍ୟୁଏବଲ ଏନର୍ଜି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିମୂଳକ
କୌଶଳ ପ୍ରଦର୍ଶନ କରିବେ ପ୍ରତିଯୋଗୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା