
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- ଭୁବନେଶ୍ୱର
କ୍ୟାପିଟାଲ ହସ୍ପିଟାଲ ନିକଟରେ ବିଏମସିର ବଡ଼ ଧରଣର ଉଛେଦ । ଡ୍ରେନ ଉପରେ ଅବରୋଧ କରିଥିବା ଘର ଓ
ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର। ମେୟର ଓ କମିଶନରଙ୍କ
ଉପସ୍ଥିତିରେ ଚାଲିଥିଲା ଉଛେଦ ଅଭିଯାନ। କ୍ୟାପିଟାଲ ହସ୍ପିଟାଲ ପଛପଟ ଥିବା ଶବ ବ୍ୟବଚ୍ଛେଦ ଗୃହ
ନିକଟ ରାସ୍ତାକୁ ଜବର ଦଖଲମୁକ୍ତ କରାଯାଇଛି । ସ୍ଥାନୀୟ ଲୋକ ଡ୍ରେନ ଏବଂ କଞ୍ଜରଭେଂସି ଲେନକୁ
ମାଡିକି ଘର କରିଥିଲେ। ଯାହାକୁ ଆଜି ଭାଙ୍ଗିଛି ବିଏମସି। ସେହିପରି ବେଆଇନ ଭାବେ ପାର୍କିଂ
ହୋଇଥିବା ଗାଡି, ଆମ୍ବୁଲାନ୍ସ କଫିଁନକୁ
ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଏମସିର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏ ସବୁକୁ ଉଛେଦ କରିଛି
ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା