କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୂରୀଙ୍କ ଇସ୍ତଫା ଦାବୀନେଇ ବିକ୍ଷୋଭ ,ଏତଲା ଦେଲା କଂଗ୍ରେସ
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ଲୋକସଭାରେ ବିରୋଧି ଦଳ ନେତା ତଥା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ବିବାଦୀୟ ଏପ୍ଷ୍ଟିନ୍ ଫାଇଲ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୂରିଙ୍କ ନାମ ଉଲ୍ଲେଖ ହେବା ପ୍ରଘଟ
cong


ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ଲୋକସଭାରେ ବିରୋଧି ଦଳ ନେତା ତଥା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ବିବାଦୀୟ ଏପ୍ଷ୍ଟିନ୍ ଫାଇଲ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୂରିଙ୍କ ନାମ ଉଲ୍ଲେଖ ହେବା ପ୍ରଘଟ ହେବା ଏବଂ ନିର୍ବାଚନରୁ ଶ୍ରୀ ଗାନ୍ଧୀଙ୍କୁ ଦୂରେଇ ରଖିବା ପାଇଁ କହିଥିବା ସାଂସଦ ନିଶିକାନ୍ତ ଦୁବେଙ୍କ ଗିରଫ ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥାନୀୟ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଉପରୋକ୍ତ ୩ ନେତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଏକ ଏଫଆଇଆର ଡିସିପିଙ୍କୁ ପ୍ରଦାନ କରାଯାଇଛି । କଂଗ୍ରେସ ଦଳର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପ୍ରଶନ୍ତ ଚମ୍ପତ୍ତି, ଅଶୋକ ଦାସ, ସୁବ୍ରତ ମହାପାତ୍ର, କୈଳାସ ସାହୁ, ମିହିର ଆଚାର୍ଯ୍ୟ, ହିମାଶୁଂ ଲେଙ୍କା, ମୋହନ ଜେନା, ଜୟକୃଷ୍ଣ ମଲ୍ଲିଆ,ଦେବି ତ୍ରିପାଠୀ, ରଞ୍ଜନ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande