ନାଳରେ ବ୍ରିଜ ନିର୍ମାଣ ପାଇଁ ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ
ମାଲକାନଗିରି, ୨୭ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି -୨୭ ଗ୍ରାମ ନିକଟରେ ଥିବା ଗମ୍ଫାକୋଣ୍ଡା ମେନ କେନାଲ ଠାରୁ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ ହୋଇଛି । ଉକ୍ତ ରାସ୍ତାକୁ ଯାତାୟତ କରୁଥିବା ମୁଖ୍ୟ ରାସ୍ତାରେ ଏକ ବଡ଼ ନାଳ ରହିଥିବା
ନାଳରେ ବ୍ରିଜ ନିର୍ମାଣ ପାଇଁ ,ବିଧାୟକଙ୍କୁ ଦାବୀ ପତ୍ର ପ୍ରଦାନ


ମାଲକାନଗିରି, ୨୭ ଫେବୃଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି -୨୭ ଗ୍ରାମ ନିକଟରେ ଥିବା ଗମ୍ଫାକୋଣ୍ଡା ମେନ କେନାଲ ଠାରୁ ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ ହୋଇଛି । ଉକ୍ତ ରାସ୍ତାକୁ ଯାତାୟତ କରୁଥିବା ମୁଖ୍ୟ ରାସ୍ତାରେ ଏକ ବଡ଼ ନାଳ ରହିଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ସାମାନ୍ୟ ବର୍ଷା ହେଲେ ନାଳ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୁଏ । ଯାହା ଫଳରେ ଯିବା ଆସିବାରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ତେଣୁ ଉକ୍ତ ନାଳରେ ସ୍ଥାୟୀ ସମାଧାନ ପାଇଁ ଉଚ୍ଚ ବ୍ରିଜ ନିର୍ମାଣ ଦାବି ନେଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଏମଭି -୨୭ ଗ୍ରାମର ଗ୍ରାମବାସୀ ।

ବିଶେଷ କରି ବର୍ଷା ମାସ ଆସିଲେ ଗ୍ରାମବାସୀଙ୍କୁ ଯିବା ଆସିବା ନେଇ ସମସ୍ୟା ଭୋଗିବାକୁ ପଡ଼ିଥାଏ । ତେଣୁ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବୀ ଏହି ନାଳ ଉପରେ ଉଚ୍ଚ ପୋଲ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande