
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)-ଚନ୍ଦ୍ରଶେଖର
ଆଜାଦଙ୍କ ବଳିଦାନ ଦିବସରେ ତାଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଭାରତ ମାତାର ସ୍ୱାଧୀନତା
ପାଇଁ ନିଜ ଜୀବନ ସମର୍ପିତ କରିଦେଇଥିବା ଚନ୍ଦ୍ରଶେଖର ଆଜାଦଙ୍କ ଅଦମ୍ୟ ସାହସ, ଅତୁଟ ସଙ୍କଳ୍ପ ଏବଂ ରାଷ୍ଟ୍ର ପ୍ରତି ସର୍ବୋଚ୍ଚ ନିଷ୍ଠାର ପ୍ରତୀକ
ଥିଲେ। ସେ ନିଜର ନେତୃତ୍ୱ ଓ ତ୍ୟାଗ ଦ୍ୱାରା ଯୁବଶକ୍ତିକୁ ଜାଗୃତ କରି ସ୍ୱାଧୀନତା ସଂଗ୍ରାମକୁ
ନୂଆ ଚେତନା ପ୍ରଦାନ କରିଥିଲେ। ତାଙ୍କର ଜୀବନ ଆମ ସମସ୍ତଙ୍କୁ ରାଷ୍ଟ୍ରସେବା ପାଇଁ ନିରନ୍ତର
ପ୍ରେରଣା ଦେଇଆସୁଛି।
ଚନ୍ଦ୍ରଶେଖର ଆଜାଦ ଜୀଙ୍କ
ବଳିଦାନ ଦିବସରେ ତାଙ୍କୁ କୋଟି-କୋଟି ନମନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା