
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ଏକାମ୍ର ନିର୍ବାଚନ ମଣ୍ଡଳୀ ବାସୁଆଘାଇ ପଂଚାୟତ ର କୋରଡ଼କଂଟା ଗ୍ରାମ, କେଶୁରା ଗ୍ରାମ,ବାଙ୍କୁଆଳ ଗ୍ରାମ ରେ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ର ଭୂମି ପୂଜନ ହୋଇଯାଇଛି।ଭୂମି ପୂଜନ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ,ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷା ନିରୁପମା ସାହୁ ଅତିଥିଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଶୁଭ ଦେଇଥିଲେ।ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ ,ପ୍ରଗତି ପଥେ ଆମ ଏକାମ୍ର ନିର୍ବାଚନ ମଣ୍ଡଳୀ। ଆଜି ବାସୁଆଘାଇ ପଂଚାୟତ ର କୋରଡ଼କଂଟା ଗ୍ରାମ, କେଶୁରା ଗ୍ରାମ,ବାଙ୍କୁଆଳ ଗ୍ରାମ ରେ ୬୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ର ଭୂମି ପୂଜନ କରିଲୁ।ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି ।ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟ ରେ ଜନସାଧାରଣ ଉପକୃତ ହେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା