
ଭୁବନେଶ୍ୱର, 27 ଫେବ୍ରୁଆରି (ହି.ସ.)- କୋରାପୁଟରୁ
୨୨୫ କୋଟି ଟଙ୍କାର ହଶିସ ତେଲ ବା ଗଞ୍ଜେଇରୁ ତିଆରି ତେଲ ଜବତ ଘଟଣା । ମାଷ୍ଟରମାଇଣ୍ଡକୁ କାବୁ
କରି ତଦନ୍ତ ଚଳାଇଛି ଓଡିଶା ପୋଲିସ । ଗଞ୍ଜେଇ ବ୍ୟାପକ ପରିମାଣରେ ଧରାପଡିବା ପରେ ଏବେ ମାଫିଆ
ନୂଆ ନୀତି ଆପଣାଇଛନ୍ତି । ଫିଜିକାଲ ଭାବେ ଗଞ୍ଜେଇ ନନେଇ ଏବେ ତରଳ ଭାବେ ଗଞ୍ଜେଇରୁ ତିଆରି ତେଲ
ବାହାରକୁ ଚାଲାଣ କରୁଛନ୍ତି। ଏସବୁକୁ ରୋକିବା ପାଇଁ ଜୋରଦାର ଅପରେସନ ଚାଲିଛି । ଡ୍ରୋନ ଦ୍ୱାରା
ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନିଶା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ ହେଉଛି । ଦଣ୍ଡବିଧାନ
ମଧ୍ୟ ବ୍ୟାପକ ହେଉଛି । ୧ ଲିଟର ହାଶିସ୍ ତେଲର ମୂଲ୍ୟ ୧ କେଜି ଗଞ୍ଜେଇ ର ମୂଲ୍ୟ ଠାରୁ ବହୁ
ଗୁଣରେ ଅଧିକ ଥିବାରୁ ଏବେ ନୂଆ ରାସ୍ତା ଆପଣାଉଛନ୍ତି ନିଶା ମାଫିଆ ବୋଲି ଡିଜିପି ୱାଇ ବି
ଖୁରାନିଆ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା