ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବାରମ୍ବାର ଦୁଷ୍କର୍ମ ଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅପରାଧୀଙ୍କ
Naveen Patnaik (File Photo)


ଭୁବନେଶ୍ୱର, ୨୭ ଫେବୃୟାରୀ (ହି.ସ)- ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବାରମ୍ବାର ଦୁଷ୍କର୍ମ ଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅପରାଧୀଙ୍କ ସାହାସ ବଢୁଥିବା କହିଛନ୍ତି ନବୀନ। ଏହାସହ ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହେବା ଲାଗି ନବୀନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ଆଉ କେତେ ଝଡ଼ିବ ନିରୀହ ଜୀବନ? ନାବାଳିକାଙ୍କଠୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ନୁହେଁ ସୁରକ୍ଷିତ। ରାଜ୍ୟରେ ଚାଲିଛି ତ ଆଇନର ଶାସନ?

ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ୱୀପ ଅଂଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି। ସବୁଆଡ଼େ ଅରାଜକତା, ସବୁଠି ଅସୁରକ୍ଷିତ ମା'ଭଉଣୀ।

ନାରୀ ସୁରକ୍ଷା, ଆଇନଶୃଙ୍ଖଳା ନେଇ ସରକାର ଲମ୍ବା ଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଦିନ ଦ୍ୱିପ୍ରହରରେ ବି ଭୟର ବାତାବରଣ। ବାରମ୍ବାର ଦୁଷ୍କର୍ମ ପରି ହୀନ ଘଟଣା ଘଟୁଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅପରାଧୀଙ୍କ ସାହସ ବଢ଼ୁଛି।

ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତା ବ୍ୟାପକ କରିବା ଦିଗରେ ତତ୍ପର ହୁଅନ୍ତୁ, ରାଜ୍ୟରେ ଆଇନର ଶାସନ ବଜାୟ ରଖନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande