୧୫ ଶହ ଏକର ଶାମୁକା ପ୍ରକଳ୍ପରେ ହଜାର କୋଟି ଟଙ୍କାରେ ଟୁରିଷ୍ଟ ଟର୍ମିନାଲ ନିର୍ମାଣ ହେବ - ଉପମୁଖ୍ୟମନ୍ତ୍ରୀ
ପୁରୀ, ୧ ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ପୁରୀ । ପୁରୀରେ ପର୍ଯ୍ୟଟନର ବିକାଶ ହେଲେ ରାଜ୍ଯ ଓ ଦେଶ ବିକଶିତ ହେବ । ମଙ୍ଗଳା ମୁହାଣ ଠାରୁ ହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ୧୫ ଶହ ଏକର ଜମିରେ ଟୁରିଷ୍ଟ ଟର୍ମିନାଲ ନିର୍ମାଣ କରାଯିବ । ଦେଶ ବିଦେଶର ବିଭିନ୍ନ ହୋଟେଲ ଶିଳ୍ପର ମା
୧୫ ଶହ ଏକର ଶାମୁକା ପ୍ରକଳ୍ପରେ ହଜାର କୋଟି ଟଙ୍କାରେ ଟୁରିଷ୍ଟ ଟର୍ମିନାଲ ନିର୍ମାଣ ହେବ :- ଉପମୁଖ୍ୟମନ୍ତ୍ରୀ


ପୁରୀ, ୧ ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ପୁରୀ । ପୁରୀରେ ପର୍ଯ୍ୟଟନର ବିକାଶ ହେଲେ ରାଜ୍ଯ ଓ ଦେଶ ବିକଶିତ ହେବ । ମଙ୍ଗଳା ମୁହାଣ ଠାରୁ ହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ୧୫ ଶହ ଏକର ଜମିରେ ଟୁରିଷ୍ଟ ଟର୍ମିନାଲ ନିର୍ମାଣ କରାଯିବ । ଦେଶ ବିଦେଶର ବିଭିନ୍ନ ହୋଟେଲ ଶିଳ୍ପର ମାଲିକ ମାନେ ଏଠାରେ ୧୫ ହଜାରରୁ ଅଧିକ ହୋଟେଲ ନିର୍ମାଣ କରି ବିଶ୍ଵସ୍ତରୀୟ ହୋଟେଲ ଶିଳ୍ପକୁ ମାନ୍ଯତା ଦିଆଯିବ । ଆମେରିକାର କାରାଭାନ ସେଣ୍ଟର ପରି ବିଶ୍ୱସ୍ତରୀୟ ପର୍ଯ୍ୟଟନ କମ୍ଲେକ୍ସ ନିର୍ମାଣ ହେବ । ଯାହାଫଳରେ ହଜାର ହଜାର ଯୁବକ ନିଯୁକ୍ତି ପାଇବା ସହ ରାଜ୍ଯ ଓ ଦେଶର ଅର୍ଥନୀତି ଅଭିବୃଦ୍ଧି ଘଟିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ମତବ୍ୟକ୍ତ କରିଛନ୍ତି । ଏଥିରେ ଅତ୍ଯାଧୁନିକ ସିନେମା ହଲ, ଗର୍ଲଫ, ସୁଇମିଙ୍ଗ ପୁଲ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧାସୁଯୋଗ ରହିବ । ରବିବାର ପୂର୍ବାହ୍ନରେ ସ୍ଥାନୀୟ ହଲିଡେ ରିସୋର୍ଟ ଠାରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ୪୦ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଯୋଗଦେଇ କହିଥିଲେ।

ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ପୁରୀରେ ପର୍ଯ୍ୟଟନ ସହ ଧାର୍ମିକକ୍ଷେତ୍ରର ସୁଯୋଗ ରହିଛି । ହୋଟେଲ ଶିଳ୍ପ ବୃଦ୍ଧି ପାଇଁ ଅନେକ ସୁଯୋଗ ରହିଛି । ହାରୋ ପର୍ଯ୍ୟଟକଙ୍କ ଖୁସି ପାଇଁ ଏକ ପ୍ରେରଣାଦାୟକ ମଞ୍ଚ ହୋଇଛି । ଆମେରିକାର ଡିଜିନଲ୍ଯାଣ୍ଡର ୨୫ ମହଲା ଉପରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ପର୍ଯ୍ୟଟକ ପିଲାଙ୍କ ପରି ସୁଇମିଙ୍ଗ ପୁଲ ର ମଜା ନେଇପାରୁଛି । ପୁରୀର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ରାସ୍ତାଘାଟର ଉନ୍ନତି କରାଯିବ । ୨୫ ମହଲା କୋଠାରେ ରହିଲେ ପର୍ଯ୍ୟଟକ ଖୁସି ହେବେନି ସେମାନଙ୍କ ଆତିଥ୍ଯୟତା ବ୍ଯବହାର ଓ ସହଯୋଗର ହାତ ବଢ଼ାଇଲେ ସେମାନେ ଖୁସିବ୍ୟକ୍ତ କରିବେ । ଡିଜିଟାଲ ମିଡିଆ, ସୋସିଆଲ ମିଡିଆ, ଟ୍ୟୁଟର ଓ ଇନଷ୍ଟାଗ୍ରାମରେ ଓଡ଼ିଶାର ପର୍ଯ୍ୟଟନକୁ ପ୍ରଚାର କରିପାରିଲେ ବିଶ୍ବବ୍ଯାପି ପର୍ଯ୍ୟଟକ ପୁରୀକୁ ଆସିବେ। ଓଡ଼ିଶାର ପାରମ୍ପାରିକ ବେଶ ପୋଷାକ, କୁର୍ତ୍ତା ପାଇଜାମା, ପାଟଶାଢ଼ୀ ଓ ଧୋତି ପିନ୍ଧି ହୋଟେଲରେ ପର୍ଯ୍ୟଟକଙ୍କ ସ୍ବାଗତ କରାଯିବା ପାଇଁ ପରାମର୍ଶ ଦେଇଥିଲେ । ପୁରୀ ବିଧାୟକ ସୁନିଲ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଚଳିତ ବଜେଟରେ ହଜାର କୋଟି ଟଙ୍କାର ବ୍ଯୟ ଅଟକଳ ହୋଇଛି । ପୁରୀରେ ଭିତ୍ତିଭୂମି ରହିଛି । ଏହାର ଉନ୍ନତି କରାଗଲେ ବିଶ୍ବ ପର୍ଯ୍ଯଟନ କ୍ଷେତ୍ରରେ ପୁରୀର ନାମ ରହିବ । ହାରୋ ଚେୟାରମ୍ୟାନ ଜିତେନ୍ଦ୍ର କୁମାର ମହାନ୍ତି ଅନେକ ଗୁଡିଏ ଗଠନମୂଳକ ପ୍ରସ୍ତାବ ଦେବା ସହ ଆମେରିକାର ପର୍ଯ୍ୟଟନ ଶିଳ୍ପ ଏକ ଟିମ୍ ପରିଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ଶାମୁକା ପ୍ରକଳ୍ପରେ ମେଗା ଟୁରିଜିମ ଆରମ୍ଭ ହେବ । ବୁଦ୍ଧିଷ୍ଟି ଟୁରିଜିମ କରାଗଲେ ଅଧିକ ବୁଦ୍ଧିଷ୍ଟି ପର୍ଯ୍ୟଟକ ଓଡ଼ିଶାକୁ ଆସିପାରିବେ । ଏହି ଅବସରରେ ହାରୋର ଫାଉଣ୍ଡର ମେମ୍ବରଙ୍କ ସ୍ମୃତିରେ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ହାରୋର ଭାଇସ ଚେୟାରମ୍ୟାନ ରାଜକିଶୋର ପାତ୍ରଙ୍କ ସମେତ ହାରୋର ସଦସ୍ଯ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande