

ଜୟପୁର, ୦୧ ମାର୍ଚ୍ଚ (ହି.ସ.) - ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ଆବାସିକ ବିଦ୍ୟାଳୟ ସ୍ଥାପନ ହେବ, ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କଲେ ଅଂଚଳର ବିକାଶ ହେବ । କିନ୍ତୁ ସ୍ୱପ୍ନ ସାକାର ହେବାରେ ବାଧକ ସାଜିଛି ବିଦ୍ୟାଳୟ କୋଠା ନିର୍ମାଣ କାମ । ପାଂଚ ବର୍ଷ ବିତିଲା ସରିଲା ନାହିଁ କାମ, କଚ୍ଚପ ଗତିରେ ନିର୍ମାଣ କାମକୁ ନେଇ ହନ୍ତସନ୍ତ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବାସି । ବୈପାରୀଗୁଡା ବ୍ଲକ କୋଲାର ଠାରେ ଗତ ୨୦୨୧ ମସିହାରେ କେନ୍ଦ୍ର ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶିଳାନ୍ୟାସ ଫଳକ ସ୍ଥାପନ କରିଥିଲେ। ସ୍କୁଲ ପାଇଁ ୧୫ ଏକରରୁ ଅଧିକ ଜମି ଅଧିଗ୍ରହଣ ମଧ୍ୟ ହୋଇଥିଲା। ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବିଦ୍ୟାଳୟ ନିର୍ମାଣ କାମ ଆରମ୍ଭ ହେଲା କିନ୍ତୁ ପାଂଚ ବର୍ଷ ବିତିଲା ତିଥାପି ତଥାପି ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ ସରୁନି । ସେପଟେ ମଙ୍ଗଳ ବିଭାଗର ଅଜବ ନୀତି । ଯାହାକି ବୈପାରୀଗୁଡା ଏକଲବ୍ୟ ବିଦ୍ୟାଳରେ ପିଲାଙ୍କ ନାଁ ଲେଖାଯାଉଛି କିନ୍ତୁ ପିଲାମାନେ ପାଠ ପଢୁଛନ୍ତି ସତୁରି କିଲୋମିଟର ଦୂରରେ ଥିବା କୋଟପାଡ଼ ଏକଲବ୍ୟ ବିଦ୍ୟାଳୟରେ କ୍ଷ ବ୍ଲକର ୧୨୦ ଆଦିବାସୀ ପିଲା କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ, ସାମ୍ବାଦିକ ଏବଂ ଜନ ପ୍ରତିନିଧି । ଗତ ୨୨ ତାରିଖ ଦିନ ପ୍ରବେଶିକା ପରୀକ୍ଷା ନିମନ୍ତେ ବୈପାରୀଗୁଡାର ସତଧିକ ପିଲାମାନେ କୋଟପାଡ଼ ଏକଲବ୍ୟ ବିଦ୍ୟାଳୟକୁ ଯାଇ ପରୀକ୍ଷା ଦେଇଥିଲେ । ଯାହାକୁ ନେଇ ଅଭିଭାବକ ଧନପତି ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି, ବରିଷ୍ଠ ସାମ୍ବାଦିକ କଳ୍ପଦୁରୁ ମହାନ୍ତିଙ୍କ କହିବା ଅନୁଯାଇ, ସମସ୍ୟା ସମାଧାନ ପାଇଁ ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରିଛନ୍ତି କିନ୍ତୁ ସନ୍ତୋଷ ଜନକ ଉତର ପାଇନାହାନ୍ତି, ଏହା ଏକ ଲଜ୍ୟା ଜନକ ବିଷୟ ବୋଲି ମତ ରଖିଛନ୍ତି । ସ୍ଥାନୀୟ ଅଭିଭାବକ ଲଷ୍ମଣ କାଣ୍ଡିକିଙ୍କ ଅଭିଯୋଗ ଅନୁଯାଇ ନିଜ ପିଲାଙ୍କୁ ସେ କୋଟପାଡ଼ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । କିନ୍ତୁ ସତୁରି କିଲୋମିଟର ଦୂର ଯାତାୟାତ ପାଇଁ ସେ ହନ୍ତସନ୍ତ ହେଉଛନ୍ତି କ୍ଷ ଏନେଇ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟା ମଣି ଜାନି କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି । ଅଗାମି ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲା ମଙ୍ଗଳ ବିଭାଗ ଅଧିକରି ସୁନୀଲ ତାଣ୍ଡିଙ୍କୁ ପଚାରିବାରୁ ସେ ଖାମୁଖିଆଲି ଭାବେ କହିଛନ୍ତି, ମାର୍ଚ୍ଚ ସୁଦ୍ଧା ନିର୍ମାଣ କାମ ସରିବ ସମସ୍ୟା ସମାଧାନ ହେବ । ଡବଲ ଇଂଜିନ ସରକାର ଏଥିପ୍ରତି କେବେ ଦୃଷ୍ଟି ଦେବେ ଆଦିବାସୀ ପିଲାଙ୍କୁ ଶିକ୍ଷା ଉନ୍ନତିରେ ସହାୟକ ହେବେ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି