କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ବାର୍ଷିକ ଭାଗବତ ଭକ୍ତ ସମ୍ମିଳନୀ
କେନ୍ଦୁଝର, ୦୧ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ବାର୍ଷିକୋତ୍ସବ ଆନୁକୂଲ୍ୟରେ ଜିଲା ଭାଗବତ ଭକ୍ତ ସମ୍ମିଳନୀ ୨୦୨୫ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ୧ ତାରିଖ ଦିବା ୭ଘଟିକାରେ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇ ଏକାଦଶ ସ୍କନ୍ଧ ଭାଗବତ ପାରାୟଣ କ
Bhagabat prachar samiti


କେନ୍ଦୁଝର, ୦୧ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ବାର୍ଷିକୋତ୍ସବ ଆନୁକୂଲ୍ୟରେ ଜିଲା ଭାଗବତ ଭକ୍ତ ସମ୍ମିଳନୀ ୨୦୨୫ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ୧ ତାରିଖ ଦିବା ୭ଘଟିକାରେ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇ ଏକାଦଶ ସ୍କନ୍ଧ ଭାଗବତ ପାରାୟଣ କରାଯାଇଥିଲା ।ଏଥିରେ ମୁଖ୍ୟ କର୍ତା ଜଗବନ୍ଧୁ ରାଉତ,ପ୍ରମୋଦ ମହାନ୍ତି, ଆକୁଳୀ ଚକ୍ର, ପୁରାଣ ପଣ୍ଡା ଅମରେନ୍ଦ୍ର ପଣ୍ଡା ଓ ପୂଜକ ତନ୍ମୟ ପଣ୍ଡା ସହଯୋଗ କରିଥିଲେ। ଭାଗବତ ପାରାୟଣ ସମର୍ପଣ କରି ସାନ୍ତାରାପୁର ଭଜନ ମଣ୍ଡଳୀ ସହଯୋଗରେ ଭାଗବତ ଭଗବାନଙ୍କୁ ଭଜନ ଅର୍ଘ୍ୟ ଅର୍ପଣ କରାଗଲା।ଏହାକୁ ପୁରୁଷୋତମ ଜେନା ପରିଚାଳନା କରିଥିଲେ ଓ ପାର୍ଥସାରଥୀ ବେଜ ସଂଯୋଜନା କରିଥିଲେ। ପୂର୍ବାହ୍ନ ୧୧ଘଟିକାରେ ଜିଲ୍ଲା ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ସଭାପତିତ୍ୱରେ ମହାଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ଧୃବାନନ୍ଦ ରାଉତ ମଂଚକୁ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲେ, ଯଦୁମଣି ମହାନ୍ତ ପରିଚୟ ପ୍ରଦାନ କରି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ଚିନ୍ତାମଣି ମହାଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା ସମିତିର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେଏବଂକେନ୍ଦୁଝର ଗଡ ମ୍ୟୁନିସିପାଲଟି ଚେୟାରମ୍ୟାନ ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି, ଆନନ୍ଦପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ସମ୍ମାନୀତ ଅତିଥି ଓ ଭାଗବତ ପ୍ରବଚକ ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ମନୁଷ୍ୟ ଜୀବନ ଯାତ୍ରାରେ ଭାଗବତର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ଆଧ୍ୟାତ୍ମ୍ୟବାଦି ତ୍ରିଲୋଚନ ଦାସ ଓ ସମିତିର ଉପଦେଷ୍ଟା ଭଜ ବେହେରା ତଥା ଭାଗବତ ପ୍ରଚାରକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କୁ ବରିଷ୍ଠ ଭାଗବତ ଭକ୍ତ ରୂପେ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦଭିନ୍ନ ପ୍ରତ୍ୟେକ ବ୍ଲକ ଓ ପୌରାଂଚଳ ଦ୍ୱାରା ଶ୍ରେଷ୍ଠ ବିବେଚିତ ଭାଗବତ ଟୁଙ୍ଗି ଗୁଡ଼ିକୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଖଗେଶ୍ୱର ମହାନ୍ତ । ଏହି ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ଦିଗରେ ସହଯୋଗ କରିଥିଲେ ପ୍ରଫୁଲ୍ଲ କୁମାର ମିଶ୍ର, ଗିରିଜା ମିଶ୍ର, ତ୍ରିଲୋଚନ ଗିରି ଆଦି ସମିତି ସଭ୍ୟ,ଜିତେନ୍ଦ୍ର ବେହେରା, ଅରକ୍ଷିତ ପ୍ରଧାନ, ସୁରେଶ ଚନ୍ଦ୍ର ସାହୁ, ମାର୍କଣ୍ଡ ବେହେରା, ଅଯୋଧ୍ୟା ଘଡ଼େଇ, ଅରକ୍ଷିତ ପଧାନ, ବାବୁଲାଲ ପଲେଇ, ଅର୍ଜୁନ ବେହେରା ପ୍ରସନ୍ନ କୁମାର ଦାସ,ମଙ୍ଗୁଳି ପୃଷ୍ଟି, ଅନନ୍ତ କୁମାର ଦେ,ରମାକାନ୍ତ ପ୍ରଧାନ, ହଳଧର ମହାକୁଡ ପ୍ରମୁଖ ବ୍ଲକ ତଥା ପୌରାଂଚଳ ସଭାପତି ସମ୍ପାଦକ ବୃନ୍ଦ । ପରିଶେଷରେ ବିଶ୍ୱଶାନ୍ତି ନିମନ୍ତେ ସାମୁହିକ କରି ସମ୍ମିଳନୀ ଉଦ୍ଯାପିତ ହେଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande