ବୁଣାକାର ଗୋଷ୍ଠୀ କଲ୍ୟାଣ ସଂଘର ନୂତନ ଗୃହ ଉଦଘାଟିତ
ଜୟପୁର, ୧ ମାର୍ଚ୍ଚ (ହି.ସ.)- ଜୟପୁର ଡଙ୍ଗାଗୁଡା ଠାରେ ବୁଣାକାର ଗୋଷ୍ଠୀ କଲ୍ୟାଣ ସଂଘର ନୂତନ ଗୃହ ଆଜି ଉଦଘାଟିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଉଦଘାଟନ କରିଛନ୍ତି । ସଂଘର ଗୃହ ନିର୍ମାଣ ନେଇ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଦେଇଥିବା ବେଳେ
ବୁଣାକାର ଗୋଷ୍ଠୀ କଲ୍ୟାଣ ସଂଘର ନୂତନ ଗୃହ ଉଦଘାଟିତ


ଜୟପୁର, ୧ ମାର୍ଚ୍ଚ (ହି.ସ.)- ଜୟପୁର ଡଙ୍ଗାଗୁଡା ଠାରେ ବୁଣାକାର ଗୋଷ୍ଠୀ କଲ୍ୟାଣ ସଂଘର ନୂତନ ଗୃହ ଆଜି ଉଦଘାଟିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଉଦଘାଟନ କରିଛନ୍ତି । ସଂଘର ଗୃହ ନିର୍ମାଣ ନେଇ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଦେଇଥିବା ବେଳେ ଆଗକୁ ମଧ୍ୟ ୫ ଲକ୍ଷ ଟଙ୍କା ଦେବାକୁ ବିଧାୟକ ଘୋଷଣା କରିଥିଲେ । ବୁଣାକାର ସଂଘ ସଦସ୍ୟ ମାନେ ବୁଣାକାର ସମୁଦାୟର ସମାଜିକ ଆର୍ଥିକ ଉନ୍ନତି ପାଇଁ ଯେପରି ଆଗକୁ ବଢିବେ ସେନେଇ ବିଧାୟକ ପରମର୍ଶ ଦେଇଥିଲେ । ସଂଘରେ ଜୟପୁରର ୩୫୦ ପରିବାର ସଦସ୍ୟ ଅଛନ୍ତି । ଏହି ଗୃହ ନିର୍ମାଣ ଦ୍ୱାରା ସଂଘ ସଦସ୍ୟ ପରିବାରର ମାଙ୍ଗଳିକ କାର୍ଯ୍ୟ ଏଠାରେ ହେବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ବୁଣାକାର ସଂଘର ସଭାପତି ଏମ ଆପ୍ପାରାଓ, ସମ୍ପାଦକ ପି ସଙ୍କର ରାଓ, ଉପ ସଭାପତି ପି ସୋମା ରାଜୁଙ୍କ ସହ ବିଜନଗର ବୁଣାକାର ଗୋଷ୍ଠି କଲ୍ୟାଣ ସଂଘର ସଭାପତି ଭି ନାନି ରାୟଗଡା ସଂଘ ସଭାପତି ଏମ ଭେଙ୍କଟ ରାଓ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande