ମୃତ ଶ୍ରମିକଙ୍କୁ ୨୦ଲକ୍ଷ ଟଙ୍କା ଦେବାକୁ ମାନବ ଅଧିକାର ଆୟୋଗଙ୍କ ନିକଟରେ ଦାବି
କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ମୀରପାଟଣା ଗ୍ରାମରେ ଡିସେମ୍ବର ୪ ତାରିଖ ୨୦୨୫ ମସିହାରେ କୁଶିଆପାଳର କଳ୍ପତରୁ ଦାସ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ନର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ସ୍ୱର୍ଗତ ଦାସ ଖସିପଡି ମୃତ୍ୟୁବରଣ କରିଛନ୍ତି। ୨୦୧୩ ମସିହାରୁ ଜିଲ୍ଲା ଶ
ମୃତ ଶ୍ରମିକଙ୍କୁ ୨୦ଲକ୍ଷ ଟଙ୍କା ଦେବାକୁ ମାନବ ଅଧିକାର ଆୟୋଗଙ୍କ ନିକଟରେ ଦାବି


କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ମୀରପାଟଣା ଗ୍ରାମରେ ଡିସେମ୍ବର ୪ ତାରିଖ ୨୦୨୫ ମସିହାରେ କୁଶିଆପାଳର କଳ୍ପତରୁ ଦାସ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ନର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ସ୍ୱର୍ଗତ ଦାସ ଖସିପଡି ମୃତ୍ୟୁବରଣ କରିଛନ୍ତି। ୨୦୧୩ ମସିହାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକରଣ କରିଥିଲେ। କିନ୍ତୁ ଅଭାବ ଅସୁବିଧା ହେତୁ ଏହି ପଞ୍ଜିକରଣ କୁ ରିନ୍ୟୁଆଲ କରିପାରି ନଥିଲେ। ତାଙ୍କ ଶ୍ରମ କାର୍ଡ ରିନ୍ୟୁଆଲ ହୋଇ ନଥିବାରୁ ଜିଲ୍ଲା ଶ୍ରମ ବିଭାଗ ତାଙ୍କୁ କ୍ଷତିପୁରଣ ଦେବାକୁ ମନା କରି ଦେଇଛନ୍ତି। କାର୍ଯ୍ୟ କରୁଥିବା ସମୟରେ ସ୍ୱର୍ଗତ ଦାସଙ୍କ କୈାଣସି ସୁରକ୍ଷା ବେଲ୍ଟ କିମ୍ବା ହେଲମେଟ୍ ନଥିଲା। ଜିଲ୍ଲା ଶ୍ରମ ବିଭାଗ ଶ୍ରମିକ ମାନଙ୍କ ନିରାପତା ପ୍ରତି କୈାଣସି ଦାୟିତ୍ୱ ଦେଉ ନଥିବାରୁ ଏହିଭଳି ଅନେକ ଶ୍ରମିକ ମୃତ୍ୟୁବରଣ କରୁଛନ୍ତି। ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ପାଇଁ ଶ୍ରମିକ ମୃତ୍ୟୁ ରାଜ୍ୟ ମାନବ ଅଧିକାର କମିଶନଙ୍କ ପାଖରେ ସିଆଇଟିୟୁ ର ରାଜ୍ୟ ଉପ ସଭାପତି ଜଗତ ଜୀବନ ଦାଶ କ୍ଷତିପୁରଣ ବାବଦ ୨୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande