ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଡବଲ୍ ଇଞ୍ଜିନ'' ସରକାରରେ ଭ୍ରଷ୍ଟାଚାର ମୁକ୍ତ ହେବ ପଶ୍ଚିମବଙ୍ଗ- ଧର୍ମେନ୍ଦ୍ର ପ୍ରଧାନ • ପଶ୍ଚିମବଙ୍ଗର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାଜ୍ୟର ଅଧା ସ୍କୁଲରେ ଶିକ୍ଷକ ନାହାନ୍ତି • ''ବୁଆ-ଭତିଜା''ଙ୍କ ସରକାର କେନ୍ଦ୍ରରୁ ବିକାଶ ପାଇଁ ଆସୁଥିବା ୧୦ ଲକ୍ଷ କୋଟି ଟଙ୍କାକୁ ଲୁଟ୍ କରିଛନ୍ତି •
ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ


'ଡବଲ୍ ଇଞ୍ଜିନ' ସରକାରରେ ଭ୍ରଷ୍ଟାଚାର ମୁକ୍ତ ହେବ ପଶ୍ଚିମବଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

• ପଶ୍ଚିମବଙ୍ଗର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ରାଜ୍ୟର ଅଧା ସ୍କୁଲରେ ଶିକ୍ଷକ ନାହାନ୍ତି

• 'ବୁଆ-ଭତିଜା'ଙ୍କ ସରକାର କେନ୍ଦ୍ରରୁ ବିକାଶ ପାଇଁ ଆସୁଥିବା ୧୦ ଲକ୍ଷ କୋଟି ଟଙ୍କାକୁ ଲୁଟ୍ କରିଛନ୍ତି

• ବଙ୍ଗଳାର ସମ୍ବଳ କେବଳ ପଶ୍ଚିମବଙ୍ଗ ବାସୀ ଓ ଭାରତୀୟଙ୍କ ପାଇଁ ରହିବା ଉଚିତ୍, ରୋହିଙ୍ଗ୍ୟା କିମ୍ବା ବାଂଲାଦେଶୀଙ୍କ ପାଇଁ ନୁହେଁ

• ଏସଆଇଆର ମାଧ୍ୟମରେ ଭୋଟର ତାଲିକାରୁ ଅନୁପ୍ରବେଶକାରୀଙ୍କ ନାମ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ସ୍ୱାଗତ

ଭୁବନେଶ୍ୱର / ଝାଡଗ୍ରାମ (ପଶ୍ଚିମବଙ୍ଗ), ମାର୍ଚ୍ଚ ୦୧: ପଶ୍ଚିମବଙ୍ଗର ଝାଡଗ୍ରାମ ଠାରେ ଆୟୋଜିତ 'ପରିବର୍ତ୍ତନ ଯାତ୍ରା'ରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରାଜ୍ୟର ବିକାଶ ଓ ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଟିଏମସି ସରକାରରେ ଦୁର୍ନୀତି, ଅନୁପ୍ରବେଶକାରୀ, ଶିକ୍ଷା, ନିଯୁକ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ମମତା ବାନାର୍ଜୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଯେଉଁ ମାଟିରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ମହାପୁରୁଷ ଜନ୍ମ ନେଇ ନାରୀ ଶିକ୍ଷାର ମିଶାଲ ପ୍ରଜ୍ୱଳିତ କରିଥିଲେ, ଆଜି ସେହି ବଙ୍ଗଳାରେ ଶିକ୍ଷା ବ୍ୟବସ୍ଥା ସବୁଠାରୁ ଅବହେଳିତ। ପ୍ରତି କେନ୍ଦ୍ର ସରକାର ବଙ୍ଗଳାର ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପଠାଉଥିବା ଅର୍ଥକୁ ରାଜ୍ୟ ସରକାର ଦଳୀୟ କାର୍ଯ୍ୟ ଓ ଦୁର୍ନୀତିରେ ବ୍ୟବହାର କରୁଛନ୍ତି। ପଶ୍ଚିମବଙ୍ଗର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ରାଜ୍ୟର ୫୦ ପ୍ରତିଶତ ସ୍କୁଲରେ ଶିକ୍ଷକ ନାହାନ୍ତି। 'ବୁଆ-ଭତିଜା'ଙ୍କ ସରକାର କେନ୍ଦ୍ରରୁ ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ଲୁଟ୍ କରିଛନ୍ତି। ବିଜେପି ସରକାର ଗଠନ ହେବା ପରେ ଏହି ସମସ୍ତ ଦୁର୍ନୀତିର ହିସାବ ନିଆଯିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭୋଟର ତାଲିକାରୁ ଅନୁପ୍ରବେଶକାରୀଙ୍କ ନାମ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି ଏବଂ ମମତା ବାନାର୍ଜୀ ଏହାର ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଝରଗ୍ରାମ ଭଳି ଆଦିବାସୀ ବହୁଳ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାର ବାଧାପ୍ରାପ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି। ବିଜେପି ସରକାର ଆସିଲେ ଏହି ଅଞ୍ଚଳରେ 'ଡବଲ୍ ଇଞ୍ଜିନ' ଶକ୍ତିରେ ଶିଳ୍ପ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବ।

ସେ ଆହୁରି କହିଛନ୍ତି ଯେ ରାଜ୍ୟର ଯୁବପିଢ଼ିଙ୍କୁ ଭତ୍ତା ନୁହେଁ ବରଂ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଯଦି ପଶ୍ଚିମବଙ୍ଗରେ 'ଡବଲ୍ ଇଞ୍ଜିନ' ସରକାର ଆସେ, ତେବେ କେନ୍ଦ୍ରର ସମସ୍ତ ଜନକଲ୍ୟାଣକାରୀ ଯୋଜନା ସିଧାସଳଖ ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ। ମୋଦୀ ସରକାର ଦେଶର ଗରିବ, ଆଦିବାସୀ ଏବଂ ସାଧାରଣ ଜନତାଙ୍କ ଜୀବନଧାରଣର ମାନ ବଦଳାଇବା ପାଇଁ ଅହୋରାତ୍ର କାର୍ଯ୍ୟ କରୁଛନ୍ତି। ବଙ୍ଗଳାର ସମ୍ବଳ ଅନୁପ୍ରବେଶକାରୀଙ୍କ ପାଇଁ ନୁହେଁ, ବରଂ ପ୍ରକୃତ ବଙ୍ଗାଳୀ ଏବଂ ଏହି ମାଟିର ଭୂମିପୁତ୍ରଙ୍କ ବିକାଶ ପାଇଁ ବ୍ୟୟ କରାଯିବ। ମଇ ମାସରେ ବିଜେପି ସରକାର ଗଠନ ପରେ ରାଜ୍ୟରେ ଏକ ଭ୍ରଷ୍ଟାଚାର ମୁକ୍ତ ଏବଂ ବିକାଶମୁଖୀ ପ୍ରଶାସନ ଦେଖିବାକୁ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ବିକାଶ ପାଇଁ 'ଡବଲ୍ ଇଞ୍ଜିନ' ଆବଶ୍ୟକ। ଦିଲ୍ଲୀରୁ ମୋଦୀଜୀ ଟାଣିବେ ଏବଂ କଲିକତାରୁ ଆଉ ଏକ ଇଞ୍ଜିନ ଧକ୍କା ଦେଲେ ଯାଇ ବଙ୍ଗଳାର ବିକାଶ ହେବ। ସୁନାର ବାଂଲା ଏବଂ ବିକଶିତ ଭାରତ ଗଠନ ହୋଇପାରିବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande