ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରୀୟ ହ୍ୟୁମାନ ପାପିଲୋମା ଭାଇରସ ଟୀକାରରଣ ଶୁଭ ଉଦଘାଟନ
ମାଲକାନଗିରି, ୧ ମାର୍ଚ୍ଚ (ହି.ସ.)- ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଠାରେ ଜିଲ୍ଲା ସ୍ତରୀୟ ଏଚ.ପି.ଭି. (ହ୍ୟୁମାନ ପାପିଲୋମା ଭାଇରସ) ଟୀକାକରଣର ଶୁଭ ଉଦଘାଟନ ବିଧାୟକ, ମାଲକାନଗିରି ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ
ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରୀୟ ହ୍ୟୁମାନ ପାପିଲୋମା ଭାଇରସ ଟୀକାରରଣ ଶୁଭ ଉଦଘାଟନ


ମାଲକାନଗିରି, ୧ ମାର୍ଚ୍ଚ (ହି.ସ.)- ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଠାରେ ଜିଲ୍ଲା ସ୍ତରୀୟ ଏଚ.ପି.ଭି. (ହ୍ୟୁମାନ ପାପିଲୋମା ଭାଇରସ) ଟୀକାକରଣର ଶୁଭ ଉଦଘାଟନ ବିଧାୟକ, ମାଲକାନଗିରି ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ସାମରି ତାଙ୍ଗୁଲୁ, ଜିଲ୍ଲାପାଳ ସୋମେଶ କୁମାର ଉପାଧାୟ , ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତୋଳାମଣି ପ୍ରଧାନ, ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଅଧିକ୍ଷକ ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୌଭାଗ୍ୟ ରଞ୍ଜନ ରଣସିଂ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (କୁଷ୍ଠ ରୋଗ), ଡା. ନୀଳମଣି ଟିଲକଚାନ୍ଦ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା, ଡା. ମୌସୁମୀ ମିଶ୍ର, ଜିଲ୍ଲା ସୁରୀୟ ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ।

ଏଚ ପି ଭି ଟୀକା ଜରାୟୁ ଗ୍ରୀବା କର୍କଟର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ଏହି ଟୀକା ୦.୫ ମିଲି ପରିମାଣରେ ବାମ ହାତର ଉପରି ଭାଗରେ ମାଂସପେଶୀରେ ଦିଆଯାଏ। ଗୋଟିଏ ଡୋଜ୍ ବା ମାତ୍ରା ଯଥେଷ୍ଟ ସୁରକ୍ଷା ପ୍ରଦାନ କରେ । ବର୍ତମାନ ଏହି ଟୀକା କେବଳ ୧୪-୧୫ ବର୍ଷ ବୟସର ସୁସୁ କିଶୋରୀ ମାନଙ୍କୁ ଦିଆଯିବ (ଯାହାର ବୟସ ୧୪ ବର୍ଷ ପୁରିଛି କିନ୍ତୁ ୧୫ ବର୍ଷ ପୁରିନାହିଁ)।

ଏହି ଟୀକା ଏକ ଅଭିଯାନ ମାଧ୍ୟମରେ (୩ ମାସ ଅବଧିରେ) ପ୍ରତ୍ୟେକ ଦିନ ଛୁଟିଦିନ ବ୍ୟତୀତ (୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଦିଆଯିବ। ପରେ ଏହି ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟ ଦିବସରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ (ପ୍ରଥମ ମାସରେ) ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରଦାନ କରାଯିବ। ପରବର୍ତ୍ତୀ ୨ ମାସରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଦିଆଯିବା ପାଇଁ ଯୋଜନା ରହିଛି । ଏଥିପାଇଁ ବ୍ୟଗ୍ର ନ ହୋଇ ଟୀକାକରଣ ପାଇଁ ଅପେକ୍ଷା କରନ୍ତି। ଟୀକା ନେବା ସମୟରେ ବୟସର ସଠିକତା ନିଶ୍ଚିତ କରିବା ପାଇଁ କିଶୋରୀ ଜଣକ ନିଜ ବୈଧ ପରିଚୟ ପତ୍ର (ଯଥା: ଆଧାରକାର୍ଡ, ସ୍କୁଲ ଆଇଡି କିମ୍ବା ଜନ୍ମ ପ୍ରର୍ମାଣପତ୍ର) ଆଣିବା ସହ ପିତା, ମାତା କିମ୍ବା ବୈଦ୍ଧ ଅଭିଭାବକ ସହ ଆସିବା ଆବଶ୍ୟକ। ଏହି ଟୀକା ପାଇବା ମାଲକାନଗିରି ଜିଲ୍ଲାରେ ସମୁଦାୟ ୫୫୪୧ ଜଣ ୧୪ ବର୍ଷ ବାଳିକାଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି ଏବଂ ଆଜି ଦିନରେ ସମୁଦାୟ ୨୬ ଜଣ ବାଳିକାଙ୍କୁ ଏହି ଟୀକା ଦିଆଯାଇଛି । ଏହି ଟୀକା ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ । ଅଧିକ ସୂଚନା ପାଇଁ ଆପଣଙ୍କ ନିକଟସୁ ସ୍ବାସ୍ଥ୍ୟ କର୍ମୀ, ଏ ଏନ ଏମ, କିମ୍ବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ।

ଏହି ଉଦଘାଟନ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande