ଏକଲ ଅଭିଯାନର ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର, 01 ମାର୍ଚ୍ଚ (ହି.ସ.) ସ୍ଥାନୀୟ କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଡିମ୍ବୋ ଠାରେ ଏକଲ ଅଭିଯାନ ସଂସ୍କାର ଶିକ୍ଷା ଆନୁକୁଲ୍ୟ ରେ ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏକଲ ଅଭିଯାନର ଶ୍ରୀ ହରି ସତସଙ୍ଗ ସମିତି ଓଡିଶା ଅଧ୍ୟକ୍ଷ ଡ଼ ବସନ୍ତ କୁମାର ଦାନୀଙ୍କ ପୌରହିତ୍ୟରେ ହୋଇଥି
Ekal abhijan


କେନ୍ଦୁଝର, 01 ମାର୍ଚ୍ଚ (ହି.ସ.)

ସ୍ଥାନୀୟ କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଡିମ୍ବୋ ଠାରେ ଏକଲ ଅଭିଯାନ ସଂସ୍କାର ଶିକ୍ଷା ଆନୁକୁଲ୍ୟ ରେ ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏକଲ ଅଭିଯାନର ଶ୍ରୀ ହରି ସତସଙ୍ଗ ସମିତି ଓଡିଶା ଅଧ୍ୟକ୍ଷ ଡ଼ ବସନ୍ତ କୁମାର ଦାନୀଙ୍କ ପୌରହିତ୍ୟରେ ହୋଇଥିବା ଚାରି ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡ଼ ଫକିର ଚରଣ ନାୟକ, ଏକଲ ଅଭିଯାନ ସମ୍ଭାଗ ଅଧ୍ୟକ୍ଷ ଡ଼ ସୁଧାକର ପାଲ, ବଳଦେବଜୀଉ ମନ୍ଦିର ବଡ଼ପଣ୍ଡାଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ୧୬ ଟି ସଞ୍ଚର ପ୍ରତିଯୋଗୀ ଯୋଗଦେଇ ଥିଲା ବେଳେ ଏଥିରେ କୃତି ପ୍ରତିଯୋଗୀ ରାଜ୍ୟ ସ୍ତରରେ ଯୋଗଦେବେ ବୋଲି ଶ୍ରୀ ଦାନୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande