
କେନ୍ଦ୍ରାପଡ଼ା,୦୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡାର ପ୍ର।କ୍ତନ୍ ସାଂସଦ ଅର୍ଚ୍ଚନା ନାୟକ ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ତାଙ୍କ ଷାଠିଏ ତମ ଜନ୍ମ ଦିନକୁ ନିଆରା ଢଙ୍ଗରେ ମାନସିକ ଅନଗ୍ରସର ଓ ବଧିର ପିଲାମାନଙ୍କ ଗହଣରେ ପାଳନ କରିଥିଲେ। ପିଲାମାନଙ୍କ ସହ ମିଶି ବାର୍ତାଳାପ କରିବା ସହ ମିଷ୍ଠାନ ବଂଟନ କରିଥିଲେ। ପିଲାମାନେ ନାଚ ଗୀତରେ ମଶଗୁଲ୍ ହୋଇଯାଇଥିଲେ। ପିଲାମାନଙ୍କ ସମସ୍ୟା ଓ ବିଦ୍ୟାଳୟର ସମସ୍ୟା ବିଷୟ ଆଲୋଚନା କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ, ସ୍ୱତନ୍ତ୍ର ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସ, କବିତା ମୁଦୁଲି, ସୁନୀଲ ସାଗର ଶତପଥୀ, ନିରାକାର ଷଡଙ୍ଗୀ, ସୁକାନ୍ତ କର, ମିତା ଦାସ, କଳ୍ପନା ପ୍ରଧାନ ଦଧିବାମନ ଜୀଉ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିନା ଭୋଳ, ଅସୀମା ରଥ, ସ୍ନେହାଞ୍ଜଳୀ ଦାସ, ପ୍ରଦୀପ ମଲ୍ଲିକ ଅରୁଣ ଦାସ, ସେକ୍ ଶ୍ୟାମ ସୁଦିନ, ସୌରି ସେଠି ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ସମାଜସେବୀ ଡ଼ ନାରାୟଣ ପତି ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସ୍ୱତନ୍ତ୍ର ଶିକ୍ଷୟତ୍ରୀ କବିତା ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି