
ସମ୍ବଲପୁର, ୦୧, ମାର୍ଚ୍ଚ (ହି.ସ.) - ଦାନୀପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଫାଲଗୁନ ପୂଣ୍ଣିମା ଗୁଁଡ଼ିଖାଇ ଦିନ ନୁଆଁ ଫଳ ପ୍ରଥମେ ରଣେଶ୍ୱର ରାମଚଣ୍ଡୀଙ୍କୁ ଅର୍ପଣ କରାଯାଏ । ନୁଆଁଖାଇରେ ଯେପରି ପ୍ରଥମ ଶସ୍ୟ ଦେବ ଦେବୀ ଙ୍କୁ ପ୍ରଥମେ ଅର୍ପଣ କରାଯାଇଥାଏ ଠିକ ସେହିପରି ଗୁଁଡ଼ିଖାଇ ଅବସରରେ ନୁଆଁ ଫଳ ଆମ୍ବ,ଚାର, ନୁଆଁ ଫୁଲ ମହୁଲ, ପଳାସ ଫୁଲ ଏବଂ ପତ୍ର , ଚଣା, ଚଣା, ସାକରପଟି ର ଭୋଗ ରଣେଶ୍ୱର ରାମଚଣ୍ଡୀ ଏବଂ ସମସ୍ତ ଦେବା ଦେବୀ ଙ୍କୁଅର୍ପଣ କରାଯାଇଥାଏ । ଏଥିପାଇଁ ଆଜି ରବିବାର ପୂର୍ବାହ୍ନ ରେ ସମ୍ବଲପୁର ଗୋପାଳମାଳର ଗୋଲାପ ବାରିକ ପଲାସ ଫୁଲ, ପଳାସ ପତ୍ର, ପଲାସ ପତ୍ରର ଦନା, ଆମ୍ବ, ମହୁଲ, ଚାର, ଚଣା ଗୁଡ଼ ଏବଂ ସାକରପଟି ସଂଘ୍ରହ କରି ମନ୍ଦିର ପୂଜକ ମାନଙ୍କୁ ଅର୍ପଣ କରିଛନ୍ତି । ଉପଦେଷ୍ଟା ହାରାଧନ ପ୍ରଧାନ, ସମ୍ପାଦକ ରଞ୍ଜନ ପାତ୍ର, ପୂଜକ ବାସୁଦେବ ଭୋଇ ପୂଜକ ଦେବୀ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ପୂର୍ଣମୀ ମଙ୍ଗଳବାର ଦିନ ଚନ୍ଦ୍ରଗ୍ରହଣ ଥିବାରୁ ଏହି ଦିନ ସକାଳ ସୂର୍ଯ୍ୟ ଉଦୟ ଆଗରୁ ବିଶେଷ ପୂଜା ସହ ଦେବ ଦେବୀଙ୍କୁ ଗୁଁଡ଼ି ଭୋଗ ଅର୍ପଣ କରିବା ସହ ପୂଜା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର କମିଟି ତରଫରୁ ଦେବୀ ପ୍ରସାଦ ଭୋଇ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ