କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ
କେନ୍ଦୁଝର, ୦୧ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା୦୧.୦୩.୨୦୨୬ ରିଖ ଦିନ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କରକମଳରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଯାଇଛି । ପାଟଣା ବିଧାୟକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ ହ୍ୟୁମାନ ପାପିଲୋମା
Hpv vaccination


କେନ୍ଦୁଝର, ୦୧ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତା୦୧.୦୩.୨୦୨୬ ରିଖ ଦିନ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କରକମଳରେ ଏଚ.ପି.ଭି. ଟୀକାକରଣର ଶୁଭାରମ୍ଭ ହୋଇଯାଇଛି । ପାଟଣା ବିଧାୟକ ଶ୍ରୀ ନାଏକ ନିଜ ବକ୍ତବ୍ୟରେ କହିଥିଲେ ଯେ ହ୍ୟୁମାନ ପାପିଲୋମା ଭାଇରସ (ଏଚ.ପି.ଭି.) ଟୀକାକରଣ ମହିଳାମାନଙ୍କର ଜରାୟୁ ଗ୍ରୀବା କର୍କଟ ରୋଗର ପ୍ରତିରୋଧ ପାଇଁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଟୀକା କେବଳ ୧୪-୧୫ ବର୍ଷ ବୟସର ସୁସ୍ଥ କିଶୋରୀମାନଙ୍କୁ ଦିଆଯିବ । ଏହି ଅଭିଯାନ ତା ୦୧.୦୩.୨୦୨୬ ରୁ ତା ୩୧.୦୫.୨୦୨୬ ରିଖ ପର୍ଯ୍ୟନ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପ୍ରଦାନ କରାଯିବ । ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ମିଶ୍ର ଏଚ.ପି.ଭି. ଟୀକାକରଣ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡା ପୁରୁଷୋତମ ମହାନ୍ତ, ଏଡିପିଏଚଓ(ପରିବାର କଲ୍ୟାଣ) ଡା ଲକ୍ଷ୍ମୀଧର ମହାନ୍ତ, ଡା ଅଶୋକ କୁମାର ନାଏକ, ରୋଟାରୀ କ୍ଲବର ସଭାପତି ହରିହର ମହାନ୍ତ, ସମ୍ପାଦକ ବିଜୟ କୁମାର ବେହେରା, ସଦସ୍ୟ ବିଜୟ ଏନ କାପୁର, ଡିପିଏଚସିଓ ଭରତ କୁମାର ସାହୁ, ଡିଭିଏଲଏମ ଗୋବିନ୍ଦ ଚନ୍ଦ୍ର ମିଶ୍ର, ଆଇସିଏ ଚିତରଞ୍ଜନ ଜେନା, ଏଏମ ସିପି ପ୍ରସନ୍ନ କୁମାର ଦେବତା, ଏସ ଏ ବୃନ୍ଦାବନ ସାହୁ, ଏଚ.ଏମ ରଞ୍ଜନା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡି.ପି.ଏମ ନିତ୍ୟରଞ୍ଜନ ବରାଳ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ସଭା କାର୍ଯ୍ୟ ସଂଚାଳନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande