ଭଦ୍ରକ ଜିଲ୍ଲାରେ ଜାତୀୟ ଏଚ୍.ପି.ଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗେଲପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାୟୁ ଗ୍ରୀବା କର୍କଟରୁ କିଶୋରୀ ବାଳିକାମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଜାତୀୟ ଏଚ୍.ପି.ଭି ଟୀକାକରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ
JATIYA HPV TIKA KARAN PROGRAMME


ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗେଲପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରାୟୁ ଗ୍ରୀବା କର୍କଟରୁ କିଶୋରୀ ବାଳିକାମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଜାତୀୟ ଏଚ୍.ପି.ଭି ଟୀକାକରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲୀପ ରାଉତରାଏ ସବୁଜ ପତାକା ଦେଖାଇ ଟୀକାକରଣ ଅଭିଯାନର ଔପଚାରିକ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ ଅନୁସାରେ ୧୪ ରୁ ୧୫ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାଙ୍କୁ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନାମୂଲ୍ୟରେ ଏଚ୍.ପି.ଭି ଟୀକା ପ୍ରଦାନ କରାଯିବ। ଭଦ୍ରକ ଜିଲ୍ଲାରେ ପ୍ରାୟ ୧୨ ହଜାରରୁ ଅଧିକ କିଶୋରୀ ବାଳିକାଙ୍କୁ ଏହି ଟୀକା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ, ଜରାୟୁ ଗ୍ରୀବା କର୍କଟ ରୋକାଯିବାରେ ଏହି ଟୀକା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁଂ ସେ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାଏ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ଏବଂ ସମସ୍ତ ଯୋଗ୍ୟ କିଶୋରୀଙ୍କୁ ଟୀକା ଆବର୍ତନ ମଧ୍ୟରେ ଆଣିବାକୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ ,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଓ କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅଭିଭାବକମାନଙ୍କୁ ନିଜ କନ୍ୟାମାନଙ୍କୁ ଏହି ଟୀକା ଦେବା ପାଇଁ ସଚେତନ ହେବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande