ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ
Jungle fire control awareness press Meet
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ


କନ୍ଧମାଳ,୦୧ ମାର୍ଚ୍ଚ(ହି.ସ.) – ଜଙ୍ଗଲ ଏକ ଜାତୀୟ ସମ୍ପତି ନୁହେଁ ଆନ୍ତର୍ଜାତୀୟ ସମ୍ପତି ଅଟେ ଏହାର ରକ୍ଷଣା ବେକ୍ଷଣ ମନୁଷ୍ୟ ସମାଜର କର୍ତବ୍ୟ ଜଙ୍ଗଲ ରେ ନିଆଁ ଲାଗିଲେ ଏହା ଜଙ୍ଗଲ ତଥା ସମସ୍ତ ଜୀବଜନ୍ତୁ, ମନୁଷ୍ୟ ସମାଜ ଓ ପରିବେଶ ପାଇଁ କ୍ଷତିକାରକ, ପରିବେଶ ଅସନ୍ତୁଳିତ ହେବା ସହିତ ବାୟୁମଣ୍ଡଲର ତାପମାତ୍ରା ବଢିଯାଏ ଓ ନାନା ପ୍ରକାରର ବିପତି ସୃଷ୍ଟି ହୁଏ ତେଣୁ ଆସନ୍ତା ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଫୁଲବାଣୀ ବନଖଣ୍ଡ ସ୍ତରରେ ଜଙ୍ଗଲ ନିଆଁ ନିବାରଣ ଓ ପ୍ରତିକାର ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷରେ ଡିଏଫଓ ପ୍ରତାପ କୋଟା ପାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଫୁଲବାଣୀ ବନଖଣ୍ଡର ୭ଟି ବନାଂଚଳର ଅଧିକାରୀ, ବନପାଳ ବନରକ୍ଷୀମାନଙ୍କ ସମେତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଜଙ୍ଗଲ ନିଆଁ ହେବାର କାରଣ, ତାହାର କୁପ୍ରଭାବ ଓ ପୂର୍ବ ନିବାରଣ ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ଥିଲା। ଜଙ୍ଗଲ ରେ ନିଆଁ ଲିଭାଇବା ପାଇଁ ୧୦୦ ଜଣ କର୍ମଚାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି କ୍ଷ କନ୍ଧମାଳ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୭ଟି ବନାଂଚଳରେ ବନ ବିଭାଗ ପକ୍ଷରୁ ଗ୍ରାମ ସ୍ତରରେ ସଚେତନତା ଅଭିଯାନ, ରାଲି, ତ୍ୱରିତ ପ୍ରତିକ୍ରିୟା ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ଏବଂ ଜଙ୍ଗଲ ନିଆଁ ଦେଖାଗଲେ ଜରୁରୀକାଳନୀ ପରିସ୍ଥିତିରେ ଫୁଲବାଣୀ ବନଖଣ୍ଡ କଂଟ୍ରୋଲ ଫ୍ରି ଫୋନ ନମ୍ବର ୯୪୩୯ ୧୦୮୬୦୬ ଏବଂ ଇମେଲ ଓ ଟ୍ୱିଟର ଏକ୍ସ ଆକାଉଂଟରେ ବିଭାଗକୁ ସୂଚନା ଦେବାକୁ ସାଧାରଣ ଜନତାକୁ ଆହ୍ୱାନ କରିବା ସହ ସଚେତନତା ନିମନ୍ତେ ଖବର ପ୍ରସାରଣ ପାଇଁ ଗଣମାଧ୍ଯମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସି.ଏଫ୍. ଶ୍ୱେତାଲିନା ସାହୁ, ଏ.ସି.ଏଫ ଉଦିତ ପ୍ରଧାନ, ରେଞ୍ଜର ଆଶାଲତା ଦିଗାଲ, ଫରେଷ୍ଟର ସରୋଜ କୁମାର ମିଶ୍ର, ବନରକ୍ଷୀ ପ୍ରେମାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande