
ଜୟପୁର, ୦୧ ମାର୍ଚ୍ଚ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଠାରେ ପେଣ୍ଠିଆ ଏବଂ ହାଲବା ସମାଜ ବିକାଶ ପରିଷଦର ଭାରତଯୋଡ କାର୍ଯ୍ୟକ୍ରମକୁ ନେଇ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଆଦିବାସୀ ହଲବି (ହାଲବା)ସମାଡର ଛତିଶଗଡର ବାସିନ୍ଦା ତଥା ପୂର୍ବତନ ଜାତୀୟ ଆଦିବାସୀ ଅଧ୍ୟକ୍ଷ ଏବଂ ସଂସ୍ଥାପକ ଗୁରୁରାମ ରାଣା, ସମ୍ମାନୀୟ ଅତିଥି ଭାବେ ହଲିବି ସଂଘର ରାଷ୍ଟ୍ରୀୟ କର୍ମକର୍ତା କୃଷ୍ଣା ବିହାରୀ ଏବଂଭୁଷଣ ଲାଲ ଗୁରୁ, ରାଜେଶ ଚକ୍ରଧାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ ସଂଘର ବରିଷ୍ଠ କର୍ମକର୍ତା ପୀତବାସ ହାଲବା ପରିଚାଳନା କରିଥିବା ବେଳେ ସଭାପତି ଟଙ୍କଧର ହାଲବା ସମ୍ପାଦକ ଆନନ୍ଦ ହାଲବା ଏବଂ ବିଭିନ୍ନ ବ୍ଲକର ସଭାପତି, ସଦସ୍ୟ, ଯୁବ ସଂଘ, ନାରୀ ସଂଘ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଅଖିଳ ଭାରତୀୟ ଆଦିବାସୀ ହାଲବା (ହଲବି) ସମାଜ ସହିତ ମିଳିତ ଭାବରେ ଭାରତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ହାଲବା ସମାଜର ସଦସ୍ୟ ମାନେ ଜାତୀୟ ସ୍ତରରେ ଏକତା ବଜାୟ ରଖିବା ସକାଶେ ଭାଷା, ସଂସ୍କୃତି, ଖାଦ୍ୟ, ଜୀବିକା, ଶିକ୍ଷା ଏବଂ ପୁରାତନ ସଂସ୍କୃତିକୁ ବଂଚାଇ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହିପରି ଅଖିଳ ଭାରତୀୟ ହଲବି ଆଦିବାସୀ ସଂଘର ଶକ୍ତି ବୃଦ୍ଧି ପାଇଁ ପ୍ରତିବର୍ଷ ଡିସେମ୍ବର ୨୬ ତାରିଖରେ ଶକ୍ତି ଦିବସ ପାଳନ କରାଯାଉଛି । ଏହିପରି ଏହି ସମଜାର ସହିଦ ଗେନ୍ଦ ସିଂ ବଳିଦାନ ଦିବସ ଜାୟନୁୟାରୀ ୨୦ ତାରିଖ ପାଳନ କରିବାକୁ ଆହ୍ୱାନ କରାଯିବା ସହିତ ଗ୍ରାମ ଠାକୁରାଣୀ ଏବଂ ଦେବୀ ଦନ୍ତେଶ୍ୱରୀଙ୍କୁ ସ୍ମରଣ କରାଯାଉ ପ୍ରାର୍ଥନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି